ପଣ୍ଡିତ ଫକୀରମୋହନ ନନ୍ଦଙ୍କ ୯୦ତମ ଜନ୍ମ ଜୟନ୍ତୀ ସମାରୋହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଣ୍ଡିତ ଫକୀର ମୋହନ ନନ୍ଦ ସ୍ମୃତି ସଂସଦ ଆନୁକୁଲ୍ୟରେ ସ୍ୱର୍ଗତ ପଣ୍ଡିତ ଫକୀର ମୋହନ ନନ୍ଦଙ୍କ ୯୦ତମ ଜନ୍ମ ଜୟନ୍ତୀ ସମାରୋହ ସଂସଦର ଆବାହିକ ସରସ୍ୱତୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ମର୍ଯ୍ୟାଦାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଓ ମୁଖ୍ୟ ବକ୍ତା ଭାବେ ଅର୍ଡିନାସ ଫେକ୍ଟେରୀ ବଡମାଲ ସ୍କୁଲର ବିରଷ୍ଠ ଶିକ୍ଷକ ରାଜମଣି ସାହୁ ମଞ୍ଚାସିନ ଥିଲେ । ସାଇ ଶ୍ରୀରାମ ମିଶ୍ର ଓ ସାଇ ବିନାୟକ ମିଶ୍ରଙ୍କ ବେଦୋଚ୍ଚାରଣ ସହିତ ପ୍ରଦୀପ ପ୍ରଜ୍ଜଳନ କରିଥିଲେ ଅତିଥି ବୃନ୍ଦ । ଶିବାନୀ ମହାପାତ୍ର ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଭଜନ ପ୍ରସ୍ତୁତ କରିଥିଲେ ପିଙ୍କି ସାଏ । ଶିଶୁ ଚିତ୍ରକର ଦିବ୍ୟାଶିଂ ମହାନ୍ତି ପଣ୍ଡିତ ନନ୍ଦଙ୍କ ୯୦ତମ ଜନ୍ମ ଜୟନ୍ତୀ ସୃତିରେ ଏକ ଚିତ୍ର କଳା ପ୍ରଦର୍ଶନୀ କରିଥିଲେ । ଏହା ସହିତ ତପସ୍ୱୀନୀ ନାଏକ ଶ୍ରୀମଦ ଭଗବତ ଗୀତା ପାଠ କରିଥିଲେ । ସସ୍ମିତା ନେପାକଙ୍କ ଅତିଥି ପରିଚୟ ସହିତ ଏହି ଅବସରରେ କବି ନାରାୟଣ ସାହୁଙ୍କ ରଚିତ ପୁସ୍ତକ ଷଡ ପୁତ୍ରର ଜନନୀ ଓ ଫଟାବାହାଲ ସ୍କୁଲର ପ୍ରଧାନ ଶିକ୍ଷୟୀତ୍ରୀ ପ୍ରଭାତି ନନ୍ଦଙ୍କ ରଚିତ ପୁସ୍ତକ କାଉ ଓ ମାଠିଆ ଉନ୍ମୋଚନ କରିଥିଲେ ଅତିଥିବୃନ୍ଦ । ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ଏହି ଅବସରରେ ପଣ୍ଡିତ ଫକୀର ମୋହନ ନନ୍ଦ ସୃତି ଉଦ୍ଦେଶ୍ୟରେ ବୈଦ୍ୟନାରାୟଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତତ୍‌ ସହିତ ଶିକ୍ଷକ କବି ନାରାୟଣ ସାହୁଙ୍କୁ ଆଚାର୍ଯ୍ୟ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ନିରୂପାମ ଉଦ୍‌ଗାତା ଶତପଥିଙ୍କୁ ସାହିତ୍ୟ ସାଧକ ସମ୍ମାନ ୨୦୨୩ ରେ ସମ୍ମାନିତ କରାଯାଇଥିଲା । ରତ୍ନମୟ ତ୍ରିପାଠୀ ଓ ଜ୍ୟୋର୍ତିମୀ ମିଶ୍ର ମାନପତ୍ର ପାଠ କରିଥିଲେ । ମଦନ ମୋହନ ରଥ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମରେ ସାଇ ବିନୟାକ ମିଶ୍ର, ସାଇ ଶ୍ରୀରାମ ମିଶ୍ର, ଚୈତନ୍ୟ, ବିଶାଲ ବର୍ମା, ଶ୍ରୀକାନ୍ତ ପଧାନ, ସୌଦାମିନୀ ମିଶ୍ର, ଅନୁସୟା ବେଜ, ବନିତା ପଣ୍ଡା ଓ ବାବୁଲାଲ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.