oom

ବିଭୂତିଭୂଷଣ ମହାଖୁଡ଼ଙ୍କ ବିୟୋଗରେ ଓକିଲ ସଂଘର ଶୋକସଭା

jsmm

ମ.ରାମପୁର, (ହେମନ୍ତ ସାହୁ) : କଂଗ୍ରେସର ଯୁବ ନେତା ତଥା ଓକିଲ ସଂଘ ସଦସ୍ୟ ବିଭୂତିଭୂଷଣ ମହାଖୁଡ଼ଙ୍କ ବିୟୋଗରେ ଆଜି ମ.ରାମପୁର ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଓକିଲ ସଂଘ ସଭାପତି ଜୟ କୁମାର ସିଂହଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ ନୀରବ ପ୍ରାର୍ଥନା ସହିତ ସ୍ୱର୍ଗତ ମହାଖୁଡ଼ଙ୍କ ସ୍ମୃତି ଚାରଣ କରିଥିଲେ । ଏଥିରେ ଓକିଲ ସଂଘର ସମ୍ପାଦକ ଯତୀନ କୁମାର ସାହୁ, ହିତେନ୍ଦ୍ର ମହାନ୍ତି, ବିରଞ୍ଚି ନାରାୟଣ ଶତପଥୀ, ରାମେଶ୍ୱର ତ୍ରିପାଠୀ, ସୁଜାତା ସିଂହ ଦେଓ, ରୁଦ୍ର ପ୍ରସାଦ ମହାନ୍ତି, ରାକେଶ କୁମାର ଶତପଥୀ, ଆଶିଷ ମିଶ୍ର, ବଜରଙ୍ଗ ଲାଲ ଅଗ୍ରୱାଲ, କମ୍ବୁ ପାଣି ସାହୁ, ଦଶରଥ ସାହୁ ଉପସ୍ଥିତ ରହି ଥିବା ବେଳେ ଓକିଲ ସଂଘ କିରାଣୀ ଜଳେଶ୍ଵର ହେର୍ଣ୍ଣା ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.