oom

ଖଲ୍ଲିକୋଟ ରାଣୀସାହେବା ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ନବୀନ ପ୍ରତିଷ୍ଠାନର ଶୋକ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟର ସ୍ୱ୍ୱନାମଧନ୍ୟ ରାଜନେତ୍ରୀ, ନିଷ୍ଠାପର ସମାଜସେବୀ, ପରୋପକାରୀ, ଖଲ୍ଲିକୋଟ ରାଜ ପରିବାରର ରାଜମାତା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଶନିବାର ପୂର୍ବାହ୍ନରେ ନବୀନ ଭବନ ପରିସରରେ ନବୀନ ପାଠାଗାର ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ବରିଷ୍ଠ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଉପଦେଷ୍ଟା ଡ. ଡମ୍ବରୁଧର ସାହୁ, ସମାଜସେବୀ ରାମକୃଷ୍ଣ ପାତ୍ର, ଆସିକା ବିଜେଡି ନେତା ବଂଶୀଧର ନାହାକ, ନବୀନର ପ୍ରକାଶିକା ମଞ୍ଜୁ ରଥ, ସମ୍ପାଦକ ସୁଶାନ୍ତ କୁମାର କର, ଇଂ.ମାନସ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଦିବଂଗତ ରାଣୀସାହେବାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଦଶ ଦଶ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ସେ ମନ୍ତ୍ରୀ ପଦବୀ ଗ୍ରହଣ କରିନଥିଲେ । ବିଜୁ ପରିବାରର ସେ ଜଣେ ଘନିଷ୍ଠ ସହଯୋଗୀ ଥିଲେ । ନବୀନ ପକ୍ଷରୁ ଆୟୋଜିତ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ରାଣୀଙ୍କ ଯୋଗଦାନ ଉଲ୍ଲେଖନୀୟ ଥିଲା । ସଭା ପ୍ରାରମ୍ଭରେ ନୀରବ ପ୍ରାର୍ଥନା ସହ ତାଙ୍କର ସ୍ୱର୍ଗତ ଆତ୍ମାର ସଦଗତି କାମନା କରାଯାଇଥିଲା ।

jittmm
Leave A Reply

Your email address will not be published.