oom

ଦେବଙ୍ଗ ଗ୍ରାମ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗ୍ରାମ ପକ୍ଷରୁ ୨୫ତମ ମାଣବସା ଲକ୍ଷ୍ମୀପୁଜା ଶୁଭାରମ୍ଭ ହୋଇଯାଇଛି । ଆଜି ସନ୍ଧ୍ୟା ୫’ଟାରେ ଗ୍ରାମର ଶତାଧିକ ମହିଳାମାନଙ୍କ ଦ୍ଵାରା କଳସ ଯାତ୍ରା ହେବା ସହ ଆସନ୍ତା କାଳି ମାଁଙ୍କ ପୂଜା ମହାସମାରୋହରେ ପାଳନ ହେବା ପାଇଁ ସ୍ଥିର ହୋଇଛି । ଏହି ପୂଜା ପାଞ୍ଚଦିନ ଯାଏଁ ଚାଲିବ ବୋଲି କମିଟି ସଭାପତି ନିମାଞ୍ଚନ ଭୋଇ ସୂଚନା ଦେଇଛନ୍ତି । ପୂଜାରେ କମିଟି ସମ୍ପାଦକ ବସନ୍ତ ଭୋଇ, ସୁରେଶ ନେଓରା, ମୋହନ ନେଓରା, ରାଜେନ୍ଦ୍ର ଭୋଇ, ଈଶ୍ୱର ଭୋଇ, ଲୁକେଶ୍ୱର ଭୋଇ, ଅକ୍ଷୟ ଭୋଇ, ଦିବ୍ୟାସିଂ ଭୋଇ, ଭାଗିରଥି ସାହାଡ଼ା, ଆଶିଷ ନେଓରା, ମଜନୁ ଭୋଇ, କୃପାସିନ୍ଧୁ ଭୋଇ ପ୍ରମୁଖ ଉପସ୍ଥିତ ଥିବାବେଳେ କର୍ତ୍ତା ରୂପେ ଅଶୋକ ନେଓରା ଓ ତାଙ୍କ ସହଧର୍ମିଣୀ ସୋନି ନେଓରା କାର୍ଯ୍ୟଭାର ତୁଲାଉଛନ୍ତି । ଏଥିରେ ସମସ୍ତ ଦେବଙ୍ଗ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଜଣାପଡିଛି ।

jittmm
Leave A Reply

Your email address will not be published.