ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାର୍ହାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ତଥା ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନ କମିଟିର ସଦଶ୍ୟବୃନ୍ଦ, ସ୍ଵଂୟ ସହାୟକ ଗୋଷ୍ଠୀ ତଥା ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ କ୍ରମେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଗ୍ରାମବାସୀଙ୍କ ସହ ୫୦୦ ଫୁଟ ଲମ୍ବର ଜାତୀୟ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଖେଳ ଶିକ୍ଷକ ଚିନ୍ମୟ ଦାସ, ରାଜୁ ମେହେର, ନନ୍ଦିଘୋଷ ବାରିକ, ସଞ୍ଜୀବ କୁମାର ପୂଜାରୀ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ରାଧାକାନ୍ତ ଯୁଆଡୀ ପତାକା ପ୍ରଦର୍ଶନ କରି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଆଜିକାର ଏହି ଶୋଭାଯାତ୍ରାରେ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଶାନ୍ତନୁ ପ୍ରଧାନ, ବ୍ରଜବନ୍ଧୁ ନାୟକ, ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ, ବେଣୁଧର ଚୌଧୁରୀ, ସମ୍ପଦ ଖମାରୀ, ତପସ୍ଵିନୀ ଦାସ,କୃଷ୍ଣଚନ୍ଦ୍ର ବୁଦ୍ଧିଆ, ମା ତାରିଣୀ ସ୍ୱାହଂସହାୟକ୍ ଗୋଷ୍ଠୀ ଓ ଅନ୍ୟସ୍ଵୟଂସହାୟକ୍ ଗୋଷ୍ଠୀ ର ସଦସ୍ୟାବୃନ୍ଦ, ବିଦ୍ୟାଳୟର ଆଲୁମିନୀ ସଦସ୍ୟ, ଯୁବକ ସଂଘର ସଦସ୍ୟ ବୃନ୍ଦ ବିରାଟ ଶୋଭାଯାତ୍ରାରେ ଭାଗନେଇଥିଲେ । ସପ୍ତାହ ବ୍ୟାପି ଚାଲିଥିବା ହର ଘର ତ୍ରିରଙ୍ଗା ଅବସରରେ ପ୍ରତିଦିନ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ କିରଣ କୁମାର ପଟେଲ, ସ୍ନିଗ୍ଧା ପ୍ରଧାନ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ , ସମୀର କାଠର ପ୍ରମୁଖ ସହଯୋଗ କରିଥିଲେ ।

Next Post