ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଗଉଡପାଲି ଗୋକୁଳ ତପୋବନରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସ୍ଥାନୀୟ ସୁକତେଲ ନଦୀରୁ ଜଳପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ । ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ନାଗ ବାବା ତଥା ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ସାଧୁମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ୫୧ କୁଣ୍ଡୀୟ ଘୃତଯଜ୍ଞ, ୨୪ ପ୍ରହର ନାମଯଜ୍ଞ ସାଧୁ ସନ୍ଥ ସମ୍ମିଳନୀ, ପ୍ରବଚନ, ଅନ୍ନଯଜ୍ଞ ଆଦି ଅନୁଷ୍ଠିତ ହେଉଛି । ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନାବଜାର ଓ ପ୍ରଜ୍ଞାପନ ମେଢ ଆୟୋଜିତ ହେଉଛି । ଆସନ୍ତା ୨ ତାରିଖ ପୂର୍ଣ୍ଣାହୂତି ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.