ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଶୋଭାଯାତ୍ରାରେ ବ୍ରାହ୍ମଣୀ ଦୁର୍ଗା ମନ୍ଦିରର ପ୍ରତିଷ୍ଠାତା ତଥା ମୁରିବାହାଲ ବ୍ଲକ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ତାଙ୍କ ଧର୍ମପତ୍ନୀ ପୂର୍ବତନ ମୁରିବାହାଲ ପଞ୍ଚାୟତ ସରପଞ୍ଚ ଲତା ହେର୍ଣ୍ଣା, ସଭାପତି ସତ୍ୟବାନ ରଣା, ସମ୍ପାଦକ ଚୈତନ୍ୟ ରଣା, ପୂଜାକର୍ତ୍ତା ପ୍ରକାଶ ଦାସ, ତାଙ୍କ ଧର୍ମପତ୍ନୀ ନମିତା ଦାସ, ଦେହୁରୀ ଗୋପୀ ରଣା, ଭୂତେଶ୍ୱର ରଣା, ବିଶ୍ଵ ଭୋଇ ପ୍ରମୁଖ ସାମିଲ ହୋଇଥିଲେ । ବ୍ରାହ୍ମଣୀ ଶାରଦୀୟ ଦୁର୍ଗାପୂଜା କଳସ ଯାତ୍ରାରେ ହିମାଂଶୁ ଜାଲ, କୃପାସିନ୍ଧୁ ବାଗ, ଜଗତ ଜନନୀ ନବ ଦୁର୍ଗା ପୂଜା କମିଟି ଏବଂ ସମସ୍ତ ଭକ୍ତବୃନ୍ଦ ଗ୍ରାମବାସୀ ଯୋଗ ଦେଇଥିଲେ । ଶାରଦୀୟ ଦୁର୍ଗାପୂଜା କଳସ ଯାତ୍ରାରେ ଘୁମୁରା, ପଞ୍ଚ ବାଦ୍ୟ, ଘଣ୍ଟ ବାଦ୍ୟରେ କମ୍ପି ଉଠିଥିଲା । ବ୍ରାହ୍ମଣୀ ଶାରଦୀୟ ଦୁର୍ଗାପୂଜା ଆଜି ୨୧.୦୯.୨୦୨୫ ରିଖ ଠାରୁ ତା ୦୨.୧୦.୨୦୨୫ ରିଖ ପର୍ଯ୍ୟନ୍ତ ମାଁ ଜଗତ ଜନନୀ ନବଦୁର୍ଗା ଦେବୀଙ୍କ ପୂଜନୋତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ଜଣାପଡିଛି ।
Next Post