
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ)ର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜଙ୍କ ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଜରିଆରେ ପ୍ରଦତ୍ତ ହୋଇଛି । ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାର ବହୁ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଏହି ସବୁ ଦାବୀ ଜଣାଇଥିଲେ । ଦାବୀମାନଙ୍କ ମଧ୍ୟରେ ଖୁବଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସ୍ୱାସ୍ଥ୍ୟବୀମା ୨ ଲକ୍ଷ ଟଙ୍କାରୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, କର୍ତ୍ତବ୍ୟରତ ସାମ୍ବାଦିକଙ୍କ ମୃତ୍ୟୁକାଳୀନ ଆର୍ଥିକ ସହାୟତା ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଆଦି ଦାବୀ ଉପସ୍ଥାପନା କରାଯାଇଛି । ଆହୁରି ମଧ୍ୟ ଉଲେ୍ଲ୍ଲଖ ଅଛି ଯେ, ସାମ୍ବାଦିକମାନେ କାର୍ଯ୍ୟ କରିବା ପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ୍ଓପି) ପ୍ରଣୟନ କରାଯିବ, ଅବସରକାଳୀନ ଭତ୍ତାପ୍ରଦାନ କରିବା, ବ୍ୟାଙ୍କ ଋଣ ସରଳୀକରଣ କରିବା, ବ୍ଲକସ୍ତରୀୟ, ଉପଖଣ୍ଡସ୍ତରୀୟ, ଜିଲ୍ଲାସ୍ତରୀୟ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସାମ୍ବାଦିକ ଅଧୀସ୍ୱୀକୃତି ନୀତିରେ ସାମିଲ କରାଯାଉ, ସାମ୍ବାଦିକ ମାନଙ୍କ ପାଇଁ ପ୍ରେସ କଲୋନୀ ପ୍ରତିଷ୍ଠା କରି ସାମ୍ବାଦିକଙ୍କୁ ସରକାରୀ ଆବାସ ଯୋଗାଇଦେବା, ସରକାରୀ ବିଜ୍ଞାପନରୁ ଦୁଇ ପ୍ରତିଶତ କାଟି ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ବ୍ୟବହାର କରାଯାଉ । ସାମ୍ବାଦିକ କମିଟି ଗଠନ କରାଯାଉ ିତ୍ୟାଦି । ସ୍ମାରକପତ୍ର ପ୍ରଦାନ ବେଳେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ରାଜ୍ୟ ମହିଳା ଆବାହିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଶବର କୁମାର ତରାଇ, ବିଦ୍ୟାଧର ସାହୁ, ପ୍ରଦୀପ କୁମାର ପଣ୍ଡା, କେ. ରଜନୀ କାନ୍ତ ରେଡ୍ଡୀ ପ୍ରମୁଖ ସାମ୍ୱାଦିକ ସଂଗଠନ ପ୍ରତିନିଧିମଣ୍ଡଳୀ ଓ.ଜେ.ୟୁ. ଜିଲ୍ଲା କର୍ମକର୍ତ୍ତା ଓ ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।