ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲା ଶାସ୍ତ୍ରୀନଗର ସ୍ଥିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ନିର୍ମିତ ଶିଶୁ ଉଦ୍ୟାନ ଉଦ୍ଘାଟିତ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଚଳିତ ବର୍ଷ ପାଇଁ ଜାତୀୟ ପଲ୍ସ୍ ପୋଲିଓ ଅଭିଯାନ ଓ ବଲାଙ୍ଗିର ଜିଲ୍ଲା ଶାସ୍ତ୍ରୀନଗର ସ୍ଥିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ନିର୍ମିତ ଶିଶୁ ଉଦ୍ୟାନକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନେସ୍ନାଲ ପିସ୍ ୟୁନିସନ୍ ଆନୁକୂଲ୍ୟରେ ପରିଚାଳିତ ତଥା ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ଅବସ୍ଥାପିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଶାସ୍ତ୍ରୀନଗର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଡା.ସ୍ନେହଲତା ସାହୁ, ଡିପିଏଚ୍ଓ ଡା. ଡି. କେ ପତି, ଏଡିପିଏଚ୍ଓ ଡା. ସୁଧା ବାର୍ଲା, ଏଡିପିଏଚ୍ଓ. ଭିଏଡି ଡା. କେ. ସି ମହାନ୍ତିଆ, ଷେ୍ଷ୍ଟଟ ମନିଟର ପଲ୍ସ ପୋଲିଓ ଚକ୍ର ସାହୁ, ଡିଏମ୍ ଆର୍ସିଏଚ୍ ଗୁରୁଦେବ କୁମ୍ଭାର, ଡିପିଏଚ୍ସିଓ ରିତାଞ୍ଜଳି ମିଶ୍ର, ଏପିଏମ୍ ୟୁଏଚ୍ ରାମାନୁଜ ପଣ୍ଡା, ଆର୍ଭିସିଆଇଏନ୍ ପିଟର୍ଶନ ଭୋଇ, କନ୍ସଲ୍ଟାଣ୍ଟ ସଞ୍ଜୟ ସତପଥି ଏବଂ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀନଗରର ନିର୍ଦେଶକ ସତ୍ୟ ରଞ୍ଜନ ମିଶ୍ର, ଚେୟାରମେନ ରବି ରଞ୍ଜନ ପୂଜାରୀ, ମେଡିକାଲ ଅପିସର ଡା. ଆଶିଷ ବିଶ୍ଵାସ, ଗୌରବ ପ୍ରଧାନ, ଷ୍ଟାଫ ନର୍ସ ମାମି ସିଂଦେଓ, ରୋଜାଲିନ ହୋତା, ନିରୁମୟୀ ପଧାନ, ଏଏନ୍ଏମ୍ ସୁଶ୍ରୀ ପିଙ୍କି ସାହୁ, ଖୁସିରାମ ନାଗ, ଯତୀନ ରାଜପୁତ, ରାହୁଲ ପାଲ, ସନ୍ତୋଷ ମେହେର (ଏଲ୍ଟି), ବିପିନ ସେଟ ଇତ୍ୟାଦି ଯୋଗଦାନ କରି ପ୍ରାୟତଃ ଚାଳିଶି ଜଣ ଉଦ୍ଦିଷ୍ଟ ବୟସ ଶିଶୁଙ୍କୁ ପୋଲିଓ ଦେବାରେ ସହାୟକ ହୋଇଥିଲେ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ପଲ୍ସ୍ ପୋଲିଓ ଏକ ଜାତୀୟ ଅଭିଯାନ ଓ ସରକାର, ପ୍ରଶାସନର ନିରନ୍ତର ଅଭିଯାନ ବୋଲି ମତବ୍ୟକ୍ତ କରିବା ସଙ୍ଗେ ଏହାକୁ କିଭଳି ବ୍ୟାପକ କରାଯାଇ ପ୍ରତ୍ୟେକ ଶିଶୁଙ୍କୁ ଟୀକାକରଣର ଅନ୍ତର୍ଭୁକ୍ତ କରାଯିବ ଏ ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ । ଏହା ପରେ ଜିଲ୍ଲାପାଳ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଏକ ଛୋଟ ଶିଶୁ ଉଦ୍ୟାନକୁ ଉଦ୍ଘାଟନ କରି ଏହାକୁ ଆହୁରି ସୁନ୍ଦର କରାଇବା ସଙ୍ଗେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ସର୍ବାଙ୍ଗୀନ ଉନ୍ନତି ସକାଶେ ନିର୍ଦେଶକ ସତ୍ୟ ରଞ୍ଜନ ମିଶ୍ରଙ୍କ ସହିତ ଆଲୋଚନା କରିଥିଲେ । ସବିଶେଷ କାର୍ଯ୍ୟକ୍ରମକୁ ସୁନ୍ଦର ପରିଚାଳନା ପାଇଁ ପିସ୍ ୟୁନିସନ୍ ଚେୟାରମ୍ୟାନ ରବି ରଞ୍ଜନ ପୂଜାରୀ ସଭିଙ୍କୁ ଧନ୍ୟବାଦ ଜଣାଇଥିଲେ ।