oom

ରାଜବୋଡାସମ୍ବର ବ୍ଲକ ଓଷ୍ଟା ଶିଶୁ ମେଳା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜବୋଡାସମ୍ବର ବ୍ଲକ ଓଷ୍ଟାର ବ୍ଲକସ୍ତରୀୟ ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରମୋଦ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିବା ଉଦ୍‌ଘାଟନୀ ଉତ୍ସବରେ ସହ ବ୍ଲକ ଶିକ୍ଷା ଅଧିକାରୀ ଶିବପ୍ରସାଦ ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଓ ରାମସିଂ ଭୋଇ (ସହ ବ୍ଲକ ଶିକ୍ଷା ଅଧିକାରୀ), ସତ୍ୟନାରାୟଣ ତ୍ରିପାଠୀ (ରାଜ୍ୟ ଓଷ୍ଟା ଉପଦେଷ୍ଟା), ପ୍ରୀତିରଞ୍ଜନ ପ୍ରଧାନ (ଜିଲ୍ଲା ଓଷ୍ଟା ଉପଦେଷ୍ଟା), ପବିତ୍ର ସାହୁ (ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ଟାଉନ ଉଚ୍ଚ ବିଦ୍ୟାଳୟ) ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ଉଦ୍ଦିଷ୍ଟ ବୋଲି ସମସ୍ତେ ମତବ୍ୟକ୍ତ କରିବା ସହ ଓଷ୍ଟାର ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଶୋକ ବହିଦାର, ସୁରେନ୍ଦ୍ର ସାହୁ, ରମେଶ ଗୁର୍ଲା, ଶେଷଦେବ ମେହେର, ଚୂଳସୁନ୍ଦର ମେହେର, ବୀରେନ୍ଦ୍ର ପ୍ରଧାନ, ଯୁଗଳ ଭୋଇ, ରାମଚନ୍ଦ୍ର ପ୍ରଧାନ, ଗୋବିନ୍ଦ ସାହୁ, ଅଜିତ୍ ପାତ୍ର, ସରୋଜ ସ୍ୱାଇଁ, ଶ୍ରୀମତୀ ନନ୍ଦିନୀ ମିଶ୍ର ବିଚାରକ ଭାବରେ ଯୋଗଦାନ କରି ପ୍ରତିଭା ଚୟନ କରିଥଲେ । ଏଥିରେ ନବୀନ ମେହେର ଓ ଚନ୍ଦ୍ରଶେଖର ବାରିକ ବିଶେଷ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦ଟି ସ୍କୁଲରୁ ୧୫୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ଓ ବିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଆସନ୍ତା ଡ଼ିସେମ୍ବର ୨୩ ତାରିଖରେ ବରପାଲିଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ । ଉଜ୍ଜଳ ସାହୁ, ରାଜ ଖୁଟୁଲା, ଲକ୍ଷ୍ମଣ ପଟେଲ ଖାଦ୍ୟପେୟର ସୁବ୍ୟବସ୍ଥା କରିଥିବା ବେଳେ ମିତ୍ରଭାନୁ ସାହୁ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ । ସମ୍ପାଦକ ପ୍ରସନ୍ନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

jittmm
Leave A Reply

Your email address will not be published.