ବଲାଙ୍ଗିର ସିନ୍ଧି ସମାଜ ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଆନନ୍ଦ ଉଲ୍ଲାସରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତର ପ୍ରତ୍ୟେକ ପୁରପଲ୍ଲୀରେ, ମନ୍ଦିରରେ ଯଥାବିଧି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳନ ହେଉଥିବାବେଳେ ସିନ୍ଧି ସମାଜ ପକ୍ଷରୁ ବଲାଙ୍ଗିର ସହରର ମେନ୍ ମାର୍କେଟରେ ଥିବା ପ୍ରଭୁ ହନୁମାନ ମନ୍ଦିରରେ ବଲାଙ୍ଗିର ସିନ୍ଧି ସମାଜ ପକ୍ଷରୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି ।ସିନ୍ଧି ସମାଜର ଅନେକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ । ପୂଜାରେ ବସିଥିଲେ ଶିବ ଚୋପଦାର ପତ୍ନୀ ଅଞ୍ଜୁ ଚୋପଦାର, ସାଗର ମଖିଯା ଓ ପତ୍ନୀ କାଷ୍ରି ମାଖିଯା, କାରଣ କୁକକେରଯା ଓ ପତ୍ନୀ କିରଣ କୁକକେରଜା । ମନ ଧ୍ୟାନ ଦେଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟକୁ ଆବେଗର ସହିତ ଅପେକ୍ଷା କରିଥିଲେ । ସମସ୍ତେ ପ୍ରଭୁଙ୍କୁ ଦୋଳିରେ ଝୁଲାଇବାର ଇଚ୍ଛାରେ ଜଗି ବସିଛନ୍ତି । ମନ ମଧ୍ୟରେ ଭକ୍ତିର ଭାବନା ସୃଷ୍ଟି ହୋଇଚାଲିଛି ।ଏମିତି କିଛି ସମୟ ବିତି ଯିବା ପରେ ପ୍ରଭୁ ଜନ୍ମ ଲାଭ କରିଛନ୍ତି ଏବଂ ସମସ୍ତ କୃଷ୍ଣପ୍ରେମୀ ପ୍ରଭୁଙ୍କୁ ଦୋଳି ଝୁଲାଇ ମନରେ ସନ୍ତୋଷ ଲାଭ କରିଛନ୍ତି । ଦେଖିବାକୁ ମିଳିଥିଲା ଯେ କୁନି କୁନି ପିଲାମାନେ କୃଷ୍ଣ ଓ ରାଧା ବେଶ ସଜ୍ଜିତ ହୋଇ ନାଚ ଗୀତ କରୁଥିବାର । କୃଷ୍ଣ ଓ ରାଧା ବେଶରେ ଥିବା କୁନି କୁନି ପିଲାମାନଙ୍କୁ ସିନ୍ଧି ସମାଜ ତରଫରୁ ବଂଶୀ ଓ ଖାତା ଉପହାର ଦିଆଯାଇଥିଲା। ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯାଇଥିଲା। ସିନ୍ଧି ସମାଜର ସଭାପତି ହରି ଭବନନା, ଉପାଧ୍ୟକ୍ଷ ଅନିଲ ମାଖିଜା, ସଚିବ ଗିରିଧାରୀ ବାଦବାନି, ଅନିଲ କୁକେରଯା, ରାଜେଶ କେଶୱାନି, ରାଜୁ କୁକେରଯା, ନନ୍ଦଲାଲ ମେଘାନୀ, ସୁରେଶ ତନୱାନି, ମହେଶ କୁକେରଯା, ରେଶବ କେଶୱାନି ଓ ବାଗଦଲ ମହାକୁର ରହି ସହଯୋଗ କରିଥିଲେ।

Leave A Reply

Your email address will not be published.