ସିଏନ୍‌ସି କଲେଜରେ ଶିଳ୍ପଦ୍ୟୋଗୀ ବିକାଶ ସମିତି ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଏନ୍‌ସି କଲେଜ ପରିସରରେ ଶିଳ୍ପଦ୍ୟୋଗୀ ବିକାଶ ସମିତି ଗଠିତ ହୋଇଯାଇଛି । ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ରବିଶଙ୍କର ପାଣ୍ଡିଆ, ବଲାଙ୍ଗିର ଓଭୋ ଫାର୍ମର ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସେମାନେ ଶିଳ୍ପଦ୍ୟୋଗର ବ୍ୟବସାୟିକ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ସଫଳତା ପାଇବା ପାଇଁ ସ୍ଥିରତା, ଲକ୍ଷ୍ୟ ସହ ପରିଶ୍ରମ ଆଉ ନୂଆ ନୂଆ କୌଶଳ ଆପଣାଇବା ଉଚିତ ବୋଲି ସେମାନେ କହିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଛାତ୍ରଛାତ୍ରୀ ଓ ଅତିଥିଙ୍କ ମଧ୍ୟରେ ହୋଇଥିଲା । କାର୍ଯ୍ୟକ୍ରମକୁ ସିଏନ୍‌ସିର ନିର୍ଦ୍ଦେଶକ ଆଶୁତୋଷ ପୁରୋହିତ ପରିଚାଳନା କରିଥିଲେ । ଶେଷରେ ଅନ୍ୟତମ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.