ଭୁଶୁଡ଼ିଲା ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସ୍ଥିତ ସର୍ଜରୀ ୱାର୍ଡର ସିଲିଂ : ଅଳ୍ପକେ ବର୍ତ୍ତିଲେ ରୋଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସ୍ଥିତ ସର୍ଜରୀ ୱାର୍ଡର ସିଲିଂ ଭୁଶୁଡି ପଡିଥିବା ସୂଚନା ମିଳିଛି । ତେବେ ସେ ସମୟରେ ଉକ୍ତ ୱାର୍ଡରେ କୌଣସି ରୋଗୀ ନଥିଲେ, ଯଦ୍ୱାରା କାହାରି କୌଣସି କ୍ଷତି ହୋଇନାହିଁ । ଏପଟେ ସିଲିଂ ଭୁଶୁଡିବା କାରଣ ଅଦ୍ୟାବଧି ଜଣାପଡ଼ିନି । ଖବର ପାଇ ୱାର୍ଡ ଇନଚାର୍ଜ ଓ କର୍ମଚାରୀ ସେଠାରେ ପହଂଚି ସ୍ଥିତି ଯାଞ୍ଚ କରିଥିବା ଜଣାପଡିଛି ।

Leave A Reply

Your email address will not be published.