oom

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଯୋଗଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାଳୀଚରଣ ଦୁବେ ଯୋଗଦାନ କରିଛନ୍ତି । ଶ୍ରୀ ଦୁବେ ଏହା ପୂର୍ବରୁ ନୂଆପଡା ଜିଲ୍ଲା ଜନଶକ୍ତି ଉଚ୍ଚ ବିଦ୍ୟାଳୟ, ଖଏରାରେ ସିନିୟର ଏସ୍.ଇ.ଏସ୍. ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ଓଡିଶା ସରକାରଙ୍କ ଦ୍ୱାରା ସେଠାରୁ ଓଇଏସ୍-୨ ପଦବୀକୁ ପଦୋନ୍ନତି ପାଇଛନ୍ତି । ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ, ମିନତୀ ଦାଶ, ନିଳୀମାରାଣୀ ମହାନ୍ତି, ଶିକ୍ଷକ ଚିନ୍ତାମଣି ସାହୁ, ଚୌଧୁରୀ ଜୀବନାନନ୍ଦ ସାହୁ, ସୁରେନ୍ଦ୍ର କୁମାର ଭୋଇ, ସୁରେଶ ଚନ୍ଦ୍ର ଚୌହାନ, ଦିପ୍ତୀ ରଂଜନ ମଲ୍ଲିକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ସ୍ୱାଗତ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ଦାଶ ମଧ୍ୟ ଏହି ସ୍ୱାଗତ ପର୍ବରେ ସାମିଲ ହୋଇଥିଲେ । ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଶ୍ରୀ ଦୁବେ ସମସ୍ତ ଶିକ୍ଷା କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ ।

jittmm
Leave A Reply

Your email address will not be published.