om academy

ଚୁକ୍ତିଭିତ୍ତିକ ଉଚ୍ଛେଦ ପାଇଁ ପୋଷ୍ଟକାର୍ଡ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କନିଷ୍ଠ ଶିକ୍ଷକ ସଂଘ

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘ ବଙ୍ଗୋମୁଣ୍ଡା ବ୍ଲକର ସମସ୍ତ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଗତ ତା ୧୫/୧୦/୨୦୨୨ରେ ଓଡିଶା ମାଟିରୁ ଚୁକ୍ତି ଭିତ୍ତିକ ଯୁଗ ଶେଷ ହେଲା ବୋଲି ଘୋଷଣା କରିଥିଲେ ସୁଦ୍ଧା ବର୍ତ୍ତମାନ ପ୍ରାୟ ୪ ମାସ ପୁରିଲାଣି କିନ୍ତୁ ଆଜି ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାୟ ଦଶ ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଵଳ୍ପ ଦରମାରେ ଚୁକ୍ତି ଭିତ୍ତିକରେ ଅଛନ୍ତି ବୋଲି ବୈଠକରେ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, ରାଜ୍ୟରେ ୫୭୦୦୦ କର୍ମଚାରୀମାନଙ୍କ ଉଚ୍ଛେଦ ହେଲା କିନ୍ତୁ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀମାନେ ରାଜ୍ୟ ସରକାରଙ୍କ ଓ.ଆର.ଭି ଧାରା ୧୯୭୫ ନିୟମ ପାଳନ କରି, ଡି.ଏଲ.ଇଡି, ବି.ଇଡି ତାଲିମ ପାଇଁ ଚୟନମୂଳକ ପରୀକ୍ଷା ଏବଂ ଓ.ଟି.ଇ.ଟି ବାଧ୍ୟତାମୂଳକ ଭାବେ ସମସ୍ତ ସର୍ତ୍ତ ପୂରଣ ପରେ ନିଯୁକ୍ତି ପାଇଛନ୍ତି । କିନ୍ତୁ ଚୁକ୍ତି ଭିତ୍ତିକ ପ୍ରଥାରୁ ଉଚ୍ଛେଦ ହୋଇନାହାନ୍ତି । ବହୁବାର ଆଲୋଚନା ପରେ ମୁଖ୍ୟଶାସନ ସଚିବ କେନ୍ଦ୍ର ସ୍କିମ କହି ମନା କଲା ବେଳେ ପାନୀୟ ଜଳ ଯୋଗାଣ ଜେ.ଇ.ଇ, ଏନ୍.ଏଚ.ଏମ୍‌ରୁ ନର୍ସି ଅଫିସରମାନଙ୍କୁ ନିୟମିତ କରାଯାଇଛି । ଏଥିରୁ ସହଜରେ ଅନୁମେୟ ନିୟମିତ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କ ହାତରେ ରହିଛି । କିନ୍ତୁ ପ୍ରାଥମିକ ଶିକ୍ଷା ଏବଂ କନିଷ୍ଠ ଶିକ୍ଷକଙ୍କ ପାଇଁ କାହିଁକି ଅବହେଳା ସହଜରେ ବୁଝିହେଉନାହିଁ । ତେଣୁ ଭାରତୀୟ ସମ୍ବିଧାନ ଧାରା ୩୦୯ ଅଧିନିୟମ ଅନୁସାରେ ଜଣେ ନିର୍ବାଚିତ ପ୍ରତିନିଧି ଯେ କୌଣସି ପଦବୀ ଏବଂ ତାର ସମ୍ପର୍କୀତ ନିୟମ ତିଆରି ଓ ପରିବର୍ତ୍ତନ କରିପାରିବେ । ତେଣୁ କନିଷ୍ଠ ଶିକ୍ଷକଙ୍କୁ ଅଣଦେଖା କରାଯାଇଛି । ସମସ୍ତ କନିଷ୍ଠ ଶିକ୍ଷକ ପୋଷ୍ଟକାର୍ଡ ମାଧ୍ୟମରେ ଜଣାଉଛୁ ମୁଖ୍ୟମନ୍ତ୍ରୀ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ । ଯଦି ସରକାରଙ୍କ ତରଫରୁ କୌଣସି ସକାରାତ୍ମକ ନିଷ୍ପତ୍ତି ନ ଆସେ ତା’ହେଲେ ରାଜ୍ୟର ସମସ୍ତ କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ତାଙ୍କ ପରିବାର, ବୁଦ୍ଧିଜୀବୀ ସମସ୍ତଙ୍କୁ ପ୍ରାଥମିକ ଶିକ୍ଷା ପ୍ରତି ଅଣଦେଖା ହେଲେ ପ୍ରତିବାଦର ସ୍ୱର ପଂଚାୟତ ସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ଉଠିବ ଏବଂ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ଏଥିପାଇଁ ଯାହା ସମସ୍ୟା ଉପୁଜିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଭାପତି ନେତ୍ରାନନ୍ଦ ପଧାନ, ସମ୍ପାଦକ କିଶୋର ବେହେରା, ଗଣେଶ୍ୱର ପ୍ରଧାନ, ସୁଧାଂଶୁ ଶେଖର ସୁବୁଦ୍ଧି, ସୁଶାନ୍ତ ବେହେରା, ସୌମ୍ୟରଞ୍ଜନ, ରାକେଶ କଟୁଆଳ, ରାକେଶ ବେହେରା, ଗୋବିନ୍ଦ ମଲ୍ଲିକ, ରାକେଶ ସାହୁ, ସୁଧାଂଶୁ ନାୟକ, ରଞ୍ଜିତ ଧଳ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଶିକ୍ଷକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.