oom

ବରଗଡ଼ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଅଭିନବ ଶିକ୍ଷାଦାନ ପନ୍ଥା

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସମ୍ପ୍ରତି କରୋନା ମହାମାରୀ ସଙ୍କଟ ସମୟରେ ବିଦ୍ୟାଳୟମାନ ବନ୍ଦ ଥିବାରୁ ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅନଲାଇନ ବ୍ୟବସ୍ଥା କରିଛନ୍ତି । ମାତ୍ର ବିଭିନ୍ନ କାରଣରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ଶିକ୍ଷାଦାନରୁ ବଞ୍ଚିତ ହୋଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ସମ୍ମତି ଏସସିଇଆଇଟି ନିର୍ଦ୍ଦେଶକଙ୍କ ଉଦ୍ୟମ ତଥା ନିର୍ଦ୍ଦେଶ ମୁତାବକ ବରଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଏକ ଅଭିନବ ଉପାୟରେ ଅନଲାଇନ ଶିକ୍ଷାରୁ ବଞ୍ଚିତ ଶିକ୍ଷାର୍ଥୀଙ୍କ ପାଇଁ କୋଭିଡ଼ ଗାଇଡ଼ଲାଇନ ପାଳନ ପୂର୍ବକ ପ୍ରତ୍ୟକ୍ଷ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି । ଜୁଲାଇ ୧୫ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧୁନା ଅଧ୍ୟୟନରତ ପ୍ରତ୍ୟେକ ଶିକ୍ଷକ ପ୍ରଶିକ୍ଷାର୍ଥୀ ନିଜ ନିଜ ଗ୍ରାମର ଶିକ୍ଷା ଗ୍ରହଣରୁ ବଞ୍ଚିତ ଥିବା ଅନ୍ୟ ୧୦ ଜଣ ଛାତ୍ରଛାତ୍ରୀ ପ୍ରତ୍ୟହ ୨ ଘଣ୍ଟା ଲେଖାଏଁ ଶିକ୍ଷାଦାନ କରିଛନ୍ତି । ପିଲାଙ୍କ ମୌଳିକ ସାକ୍ଷାରତା ଓ ଭାଷାଜ୍ଞାନ, ସଂଖ୍ୟା ଗଣିତ ଜ୍ଞାନ ସହ ସାମାଜିକ ଓ ଆବେଶିକ ବିକାଶ ପାଇଁ ଶିକ୍ଷଣ କାର୍ଯ୍ୟଭିତ୍ତିକ ଆନନ୍ଦମୟ ପଦ୍ଧତିରେ ଶିକ୍ଷାଦାନ ବେଶ ଆକର୍ଷଣିୟ ଓ ଫଳପ୍ରଦ ହେଉଛି । ଅନୁଷ୍ଠାନର ଅଧ୍ୟକ୍ଷ ଅଜୟ ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଶିକ୍ଷକ ପ୍ରଶିକ୍ଷକ ଓ ପ୍ରଶିକ୍ଷୀକା ସରୋଜ ଛତ୍ରିଆ, ସସ୍ମିତା ସାହୁ, ମଞ୍ଜୁସା ଦୋରା, ରମେଶ ଚନ୍ଦ୍ର ସାହୁ, ଗଗନ ବେହେରା, ଜନକ ସେଠ, ସୀମାଞ୍ଜଳି ସାହୁ, ବବିତା ସାହୁ, ରିମାରାଣୀ ଭୋଇ, ହିମାଂଶୁ ଦାସ ପ୍ରମୁଖଙ୍କ ମାର୍ଗ ଦର୍ଶନରେ ପରିଚାଳିତ ଏହି ମହତ କାର୍ଯ୍ୟଟି ଅଭିଭାବକ ତଥା ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସନୀୟ ହେଉଛି ।

jittmm
Leave A Reply

Your email address will not be published.