କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଭବାନୀପାଟଣା ସେବାକେନ୍ଦ୍ରଠାରେ ଏକ ଜିଲ୍ଲା ସ୍ତରୀୟ ଯୋଗ ଶିବିର ପାଳିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାର ସମସ୍ତ ବ୍ଲକ ସ୍ତରର ବି.କେ ଭାଇ ଭଉଣୀମାନଙ୍କୁ ନେଇ କେନ୍ଦ୍ର ସଂଚାଳିକା ବି.କେ ଶଶୀ ଭଉଣୀ ସହଜ ରାଜଯୋଗ ଦ୍ୱାରା ଆତ୍ମିକ ଶକ୍ତିକୁ ଜାଗୃତ କରିବାର ବିଧି ଉପସ୍ଥାପନ କରିଥିଲେ । କେନ୍ଦ୍ରର ବରିଷ୍ଠ କର୍ମକର୍ତ୍ତା ବି.କେ ମାନସ ଭାଇ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ବିଚାର ଧାରା ସହିତ ଚାରିଟି ବିଷୟ ଜ୍ଞାନ, ଯୋଗ, ସେବା ଓ ଧାରଣା ସମ୍ପର୍କିତ ବକ୍ତବ୍ୟ ରଖିଥିଲେ । ଏଥିରେ ଧର୍ମଗଡ, କଲମପୁର, ମହାଲିଙ୍ଗ, ଏମ ରାମପୁର, ଛତିଗୁଡ଼ା, ରୁପ୍ରାରୋଡ, ରିଶିଡା, ଜୁନାଗଡ଼, ଉତ୍କେଲା, ପ୍ରଭୃତି ସ୍ଥାନରୁ ଉପ ସେବାକେନ୍ଦ୍ର ସଂଚାଳିକା ସମେତ ବହୁ ସଂଖ୍ୟାରେ ଭାଇ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ । ବି.କେ ସୁବାଷ ଭାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।