କଣ୍ଟାବାଞ୍ଜି ଏନ୍‌.ଏ.ସି.ରେ ଜନଗଣନା ତାଲିମ ଶିବିର

କଣ୍ଟାବାଞ୍ଜି, (ଗୁରୁଦୟାଳ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍‌.ଏ.ସି. ଦ୍ୱାରା ଜନଗଣନା ତାଲିମ ଶିବିର ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହା ଗତ ତିନିଦିନ ଧରି ଚାଲିଥିବା ବେଳେ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଏହି ତାଲିମ ଶିବିରଟି ଏନ୍‌.ଏ.ସି. ନିର୍ବାହୀ ଅଧିକାରୀ ତଥା ଚାର୍ଜ ଅଫିସର ଛବି ପୋଢଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ତିନିଦିନ ଧରି ଚାଲିଥିବା ତାଲିମ ଶିବିରରେ ମୋଟ ୮ ଜଣ ସୁପରଭାଇଜର, ୪୪ଜଣ ଏନୁମେରେଟର ମାନଙ୍କୁ ତାଲିମ ଦିଆଯାଇଛି । ସଂପୃକ୍ତ ସୁପର ଭାଇଜର ଓ ଏନୁମେରେଟରମାନେ ସି.ଆର୍‌.ସି.ସି. ଦିନେଶ ମହାନନ୍ଦଙ୍କ ସହଯୋଗରେ ଘରକୁ ଘର ବୁଲି ଜନଗଣନା କରୁଛନ୍ତି । ଏନ୍‌.ଏ.ସି.ର ୧୬ ଗୋଟି ୱାର୍ଡରେ ଅପ୍ରିଲ ୧ରୁ ୧୫ ତାରୀଖ ଯାଏ ସ୍ୱ ଗଣନା କରିବା ସହିତ ଅପ୍ରିଲ ୧୬ରୁ ମଇ ୧୫ ଯାଏ ଗୃହ ଗଣନା ମାଧ୍ୟମରେ ନିଜର ଦାୟୀତ୍ୱ ତୁଳାଇବେ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ପୋଢଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.