ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପ ନିବନ୍ଧକ ସମବାୟ ସମିତି ସମୂହ, ବଲାଙ୍ଗିର ମଣ୍ଡଳ ସଭା ଗୃହରେ ଆଜି ପ୍ରାଥମିକ କୃଷି ଋଣ ସମବାୟ ସମିତି ମାନଙ୍କ କମ୍ପ୍ୟୁଟରୀକରଣ ଉପରେ ବରଗଡ଼ କୃତାର୍ଥ ଆଚାର୍ୟ୍ୟ ସମବାୟ ପରିଚାଳନା କେନ୍ଦ୍ର ଦ୍ଵାରା ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଉପ ନିବନ୍ଧକ, ବରିଷ୍ଠ ସହକାରୀ ନିବନ୍ଧକ, କନିଷ୍ଠ ସହକାରୀ ନିବନ୍ଧକ, ଡଓ. ରମାକାନ୍ତ ଶତପଥୀ, ଠାକୁର ରାମ ପଟେଲ, ପ୍ରଜ୍ଞା ଜେନି ନାୟକ ସିଷ୍ଟମ୍ ମ୍ୟାନେଜର ବି. ଡି. ସି. ସି. ବ୍ୟାଙ୍କ୍ ଓ ଅଧ୍ୟକ୍ଷ ସୁଜିତ୍ କୁମାର ରଥ ପ୍ରମୂଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଉପ ନିବନ୍ଧକ ବଲାଙ୍ଗୀର ଉଦଘାଟନ କରିବା ସହିତ ଏନଏଲପିସି ମାଧ୍ୟମରେ କମ୍ପ୍ୟୁଟରୀକରଣର ପରିଚାଳନାକୁ ପ୍ରାଞ୍ଜଳ ଭବରେ ଉପସ୍ଥାପନ କରିଥିଲେ, ବଲାଙ୍ଗିର ଜିଲ୍ଲା ସମବାୟ ବ୍ୟାଙ୍କରୁ ଯୋଗ ଦେଇଥିବା ସିଷ୍ଟମ୍ ମ୍ୟାନେଜର ସୁଶ୍ରୀ ନାୟକ ସମିତିର କମ୍ପ୍ୟୁଟରୀକରଣ ତଥା ଇଆରପିର ଉପଯୋଗୀ ବିଷୟ ଉପରେ ଦର୍ଶାଇଥିଲେ । ଅଧ୍ୟକ୍ଷ୍ୟ ପରିଚାଳନା କେନ୍ଦ୍ର ଶ୍ରୀଯୁକ୍ତ ରଥ ସମିତି ମାନଙ୍କ ଡିଜିଟାଲ ରୂପାନ୍ତରିକରଣ ବିଷୟକୁ ନେଇ ବିଭିନ୍ନ ସମସ୍ୟା ଓ ତାର ଉପଚାର କଥାକୁ ଦର୍ଶାଇବା ସହିତ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.