ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ଗ୍ରାମ ପଞ୍ଚାୟତ ଠାରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ସମନ୍ୱିତ କୃଷି ସମୂହର ଏକ ଦିନିଆ କର୍ମଶାଳା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ମହିଳା ଚାଷୀ ମାନଙ୍କର ଜୀବିକା ସମୃଦ୍ଧ ସୁଦୃଢ଼ୀକରଣ ଓ ସ୍ୱାବଲମ୍ବୀ କରିବା ସହିତ ଜୀବନ ଜୀବିକାର ବିକାଶ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବିଭାଗର ଅଧିକାରୀମାନେ ନିଜ ବିଭାଗର ଯୋଜନା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରକଳ୍ପ ପରିଚାଳକ ସତ୍ୟପ୍ରିୟ ବେହେରା ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତାରିଣୀସେନ ସୁନା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବଲାଙ୍ଗିର, ସୁଶ୍ରୀ ନିତୁଶ୍ରୀ ମେହେର ଗୋଷ୍ଟୀ ଉନ୍ନୟନ ଅଧିକାରୀ ବଙ୍ଗୋମୁଣ୍ଡା, ନିଳୀମା କୁଜୁର ଜିଲ୍ଲା ପ୍ରକଳ୍ପ ପରିଚାଳକ ଜିଲ୍ଲା ପରିଷଦ ବଲାଙ୍ଗିର, ଆଲୋକ ଜେନା ଗଏଘଜଋଏଇ ଋଙ୍ଘକ୍ଟ୍ରରକ୍ସଗ୍ଧ, ସୁରେଶ ବେହେରା ସରପଞ୍ଚ ବିରିପାଲି, ଯୋଗେଶ୍ଵର ବେହେରା ସମିତି ସଭ୍ୟା, ସ୍ମାରକୀ ପ୍ରଧାନ ସହ କୃଷି ଅଧିକାରୀ, ସୁନିଲ ମାଝୀ ସହ ଉଦ୍ୟାନ ଅଧିକାରୀ ସହ ପ୍ରାଣୀ ସମ୍ପଦ ଅଧିକାରୀ, ଇନ୍ଦ୍ରମଣି ସୁନା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ, ଗୁରୁଗୋବିନ୍ଦ ସିଂ ମାଝୀ ପ୍ରକଳ୍ପ ପରିଚାଳକ ଏପିସି, ବଡ଼ ନାଗ ତାଲିମଦାତା, ଚିନେଶ୍ୱର ପୁଟେଲ ତାଲିମଦାତା ଏଫ୍ଇଏସ୍ ଓ ବିରିପାଲି ଗ୍ରାମ ପଂଚାୟତର ଏମ୍ବିକେ, ଗୋଷ୍ଟୀ ସହାୟିକା, କୃଷିମିତ୍ର, ପ୍ରାଣୀମିତ୍ର ମହାସଂଘର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ସମସ୍ତ ମହିଳା ଚାଷୀ ଉପସ୍ଥିତ ଥିଲେ । ଶେଷରେ ବ୍ଲକ୍ ସଂଯୋଜକ ଜଗନ୍ନାଥ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।