ବେହେରାପାଲିରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ବେହେରାପାଲି, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ପଞ୍ଚାୟତ ବେହେରାପାଲି ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାଶିବରାତ୍ରି ଅବସରରେ ମାନବ ସେବା ହିଁ ମାଧବ ସେବା ଆଧାରରେ ଗ୍ରାମବାସୀଙ୍କ ତରଫରୁ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରକୁ ବରିଷ୍ଠ ଡାକ୍ତର ଶିଶିର କୁମାର ସାହୁ ଉଦଘାଟନ କରିଥିଲେ । ବରିଷ୍ଠ ଡାକ୍ତର ଘନଶ୍ୟାମ ନାଥ, ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ସ୍ୱସ୍ତିକା, ଡା. ସନତ କୁମାର ଠାକୁର, ଡା. ମିତା ମେହେର ଯୋଗଦେଇ ୧୫୪ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଥିଲେ । ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ବାରିକ ସଭାପତିତ୍ୱ କରିଥିଲେ । ଶିବିର ଆୟୋଜନର ମୁଖ୍ୟ ଭୀଷ୍ମଦେବ ମେହେର, ଦିବାକର ମେହେର ଉପସ୍ଥିତ ଚିକିତ୍ସକମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିପ୍ଲବୀ କବି ନିତିଶ ଚନ୍ଦ୍ର ଆଚାର୍ଯ୍ୟ, ତୁଳାରାମ ମେହେର, ସମାଜସେବୀ ଅନୀଲ ପଧାନ, ଜନାର୍ଦ୍ଦନ ସାହୁ, ହେମନ୍ତ ସାହୁ, ଜଗଦୀଶ ସାହୁ, ରମେଶ ପଣ୍ଡା ଯୋଗଦେଇ ଉତ୍ସାହିତ କରିଥିଲେ । ଉଦଘାଟନୀ ସଭାକୁ କେଦାରନାଥ ସାହୁ ସଂଯୋଜନା କରିଥିବା ବେଳେ ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା, ରକ୍ତ ପରୀକ୍ଷା ତଥା ଔଷଧ ବଣ୍ଟନରେ ଟିକେଶ୍ୱରୀ ଭୁଏ, ନେପାଳ ମେହେର, ଚିତ୍ରସେନ ଭୁଏ, ଲୋକେଶ ସାହୁ, ବବୁନ ସାହୁ, ରାକେଶ ସାହୁ, ଗଣେଶ ସୁଇ, ଆଶା ସନ୍ଧ୍ୟା ଭୁଏ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ସୁରେଶ ମେହେର, ପୁଷ୍ପ ରଞ୍ଜନ ମେହେର, ବସନ୍ତ ବରିହା, ଲୋକନାଥ ମେହେର, ସୁଶାନ୍ତ ସାହୁ, ଫକୀର ଭୁଏ, ବିନୁ ଭୁଏ, ସୁଶାନ୍ତ ମେହେର, ସୁରେନ୍ଦ୍ର ମେହେର, ବାଳକୃଷ୍ଣ ଧୀବର, ସୁଦାମ ମେହେର, ବ୍ରହ୍ମାନନ୍ଦ ସୁଇ, ଟେକଚାନ୍ଦ ମେହେର ସହଯୋଗ କରିଥିଲେ ।

Leave A Reply

Your email address will not be published.