କେସିଙ୍ଗା, (ପ୍ରୀତେଶ ପଟେଲ) : ରକ୍ତ ଦାନ ମହତ୍ ଦାନ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଶିରୋଲ ଗ୍ରାମରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବଦିବସରେ ଶିରୋଲ ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ବୋରିଆ ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଥିରେ ବିଜେପି ବୋରିଆ ମଣ୍ଡଳ ସଭାପତି ଝସକେତନ ସାହୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ କୁମାର ବାଗ, ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ବଂଶୀପାଣି ସାହା, ବିଜେପିର ଜଣେ ଆଗ ଧାଡିର କାର୍ଯ୍ୟକର୍ତ୍ତା ତଥା ସମାଜ ସେବୀ ଧନେଶ୍ୱର ସାହୁ, ହେଲ୍କୋ କଳାହାଣ୍ଡିର ସମ୍ପାଦକ ସୁରେଶନ ପଟେଲ ଓ ପଙ୍କଜ ପଟେଲ, ଭୂତେଶ୍ୱର ବାଗ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲେଇ ଥିଲେ ।