ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ତରଫରୁ ଛତ୍ରପୁର ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟଠାରେ ବରିଷ୍ଠ ନାଗରୀକଙ୍କ ନିମନ୍ତେ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସହାୟକ ଜିଲ୍ଲାପାଳ ସୁଦାମ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୋଷାଗାର ଅଧିକାରୀ କୁମୁଦ ରଞ୍ଜନ କଁଅର ମୁଖ୍ୟଅତିଥି ଭାବେ, ଅତିରିକ୍ତ କୋଷାଗାର ଅଧିକାରୀ ସନ୍ଧ୍ୟାରାଣୀ ପଟ୍ଟନାୟକ, ଡାକସେବା ବିଭାଗୀୟ ଉପ-ଅଧିକାରୀ ସି.ଏଚ. ଜବାହାର ରାଓ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ସମ୍ପାଦକ ସୋମନାଥ ସାହୁ ଉପ-ସଭାପତି କବି ଡ଼ଃ. ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ । ବିଭାଗୀୟ ଅଧିକାରୀମାନେ ବରିଷ୍ଠ ନାଗରିକଙ୍କ ସଞ୍ଚିତ ପାଇଁ ଉଦ୍ଧିଷ୍ଟ ଆର୍ଥିକ ରାଶିର ନିରାପତ୍ତା ସଞ୍ଚୟ ବିଷୟରେ ଆଲୋକପାତ କରିଥିଲେ । ସର୍ବଦା ନିଜ ନିଜ ସଞ୍ଚତ ରାଶିର ସଠିକ୍ ବିନିଯୋଗ ନିମନ୍ତେ ସଚେତନତା ରହିବାପାଇଁ ସୁଦାମ କୁମାର ସ୍ୱାଇଁ ନିଜ ବକ୍ତବ୍ୟରେ ଉଦାହରଣ ସହ ଜଣାଇଥିଲେ । ବିଶ୍ୱମ୍ବର ରଥ, ସନ୍ତୋଷ ବାଡ଼ତ୍ୟା, କିଶୋର ଚନ୍ଦ୍ର ପାଢ଼ୀ, ନିରଞ୍ଜନ ତ୍ରିପାଠୀ, ଅସୀତ ପଟ୍ଟନାୟକ, ରବି ଦାସଙ୍କ ସମେତ ପ୍ରାୟ ୫୦ ଜଣରୁ ଅଧିକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ । ଏହି କାର୍ୟ୍ୟକ୍ରମର ସୂଚାରୁ ରୂପେ ପରିଚାଳନା ନିମନ୍ତେ ମୋନାଲିସା ଦାସ, କନିଷ୍ଠ ରାଜସ୍ୱ ସହାୟକ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଥିଲେ । ଶେଷରେ ପ୍ରଶାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।