ବଲାଙ୍ଗିର ଜିଲ୍ଲା ପୌରପାଳିକା ସ୍ୱାସ୍ଥ୍ୟ-ଯୋଗାଣକାରୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ୨୦୨୫ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା କଲେଜ ଛକ, କଲ୍ୟାଣ ମଣ୍ଡପ ଠାରେ, ଜିଲ୍ଲା ପୌରପାଳିକାରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କ ସବିଶେଷ ସ୍ୱାସ୍ଥ୍ୟ ନିରୀକ୍ଷଣ, ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କ ବିଭିନ୍ନ ରୋଗ ଓ ସମ୍ଭାବ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯଥା ଉଚ୍ଚନିମ୍ନ ରକ୍ତଚାପ, ମଧୁମେହ, ଜ୍ୱରକାଶ, ମେଲେରିଆ, ଯକ୍ଷ୍ମା ଇତ୍ୟାଦିକୁ ତର୍ଜମା କରାଯାଇ ଉପଯୁକ୍ତ ସ୍ୱାସ୍ଥ୍ୟ ଓ ନିରନ୍ତର ସ୍ୱାସ୍ଥ୍ୟ ଯତ୍ନ ପାଇଁ ପରାମର୍ଶ ଦିଆଯାଇଥିଲା । ଉପରୋକ୍ତ ସ୍ୱାସ୍ଥ୍ୟ ଶିବିରରେ ସର୍ବମୋଟ ୨୦୦ରୁ ଉର୍ଦ୍ଧ୍ଵ ସଫେଇ କର୍ମଚାରୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବାବେଳେ ପ୍ରାୟେ ସତୁରି ଜଣ ନିଜ ରକ୍ତ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଇଥିଲେ । ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ପୌର ପାଳିକା ଉପଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜିଲ୍ଲା ଉପସ୍ୱାସ୍ଥ୍ୟ ଅଧିକାରୀ ଡା. ଦିବ୍ୟକିଶୋର ପତି ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରିଥିଲେ । ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗର ମେଡିକାଲ ଅଫିସର ଡା. ନିହାର ରଞ୍ଜନ ବହିଦାର, ୟୁପିଏଚ୍‌ସି କନ୍ଧପାଲି ମେଡିକାଲ ଅଫିସର ଡା. ଏନ୍‌.କେ. ପାଢ଼ୀ ଶ୍ରୀ ରାମାନୁଜ ପଣ୍ଡା, (ଏନ୍‌.ଏଚ୍‌.ଏମ୍‌.) ଏପିଏମ୍‌ ସ୍ୱାସ୍ଥ୍ୟ ଚିକିତ୍ସା ପରିଚାଳନା କରାଇଥିଲେ । ଦେବେଶ ରାଉତ (ସ୍ୱାସ୍ଥ୍ୟ ନିରୀକ୍ଷକ) ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିବାବେଳେ ଉଭୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସଭ୍ୟସଭ୍ୟାଙ୍କ ସକ୍ରିୟ ଅଂଶ ଗ୍ରହଣରେ ପୌରପରିଷଦ ସଫେଇ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ଶିବିର ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.