ଡିଗ୍ରୀ କଲେଜ କୁଶଙ୍ଗରେ ରକ୍ତଦାନ ଶିବିର : ୩୬ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିଗ୍ରୀ କଲେଜ କୁଶଙ୍ଗ ତରଫରୁ ଜାତୀୟ ସେବା ଯୋଜନା ଦିବସ ଅବସରରେ ଅଧ୍ୟକ୍ଷ ବିଜୟ କୁମାର କଲେଟଙ୍କ ସଭାପତିତ୍ୱରେ ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲୋଇସିଂହା ବ୍ଲକ ଚେୟାରମ୍ୟାନ ଯତୀନ୍ଦ୍ର କୁମାର ପଟେଲ ଏବଂ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପଟେଲ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପ୍ରୋଗ୍ରାମ ଅଫିସର ଡ. ଲକ୍ଷ୍ମଣ ମେହେରଙ୍କ ତତ୍ତ୍ୱାବଧାନରେ ଶିବିରରେ ୩୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଇ ଅବସରରେ ଭୀମଭୋଇ ମେଡିକାଲ ବଲାଙ୍ଗିର ଏବଂ ଲୋଇସିଂହା ହସପିଟାଲର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ହେମୋଗ୍ଲୋବିନ ପରୀକ୍ଷା ମଧ୍ୟ କରାଯାଇଥିଲା । ଶିବିରର ସଫଳ ପରିଚାଳନା ପାଇଁ ମା’ ଛେଳିଆପାଟ ସେବା ସଙ୍ଗଠନ ଭରସୁଜାର ସକ୍ରିୟ ଭୂମିକା ରହିଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସହିତ ବଲାଙ୍ଗିରର ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅଞ୍ଚଳର ଅନେକ ସ୍ୱେଚ୍ଛାସେବୀ ସ୍ୱତଃସ୍ଫୁର୍ତ୍ତ ଭାବେ ସହଯୋଗ କରିଥିଲେ । ସମସ୍ତଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ରହିଥିଲା ।

Leave A Reply

Your email address will not be published.