ନୂଆଁଖାଇ ଅବସରରେ ସ୍ୱାସ୍ଥ୍ୟ ସେବା ଶିବିର

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ) : ନୂଆଁଖାଇ ଅବସରରେ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ହୋଇଥିବା ବେଳେ ଗଜପତି ଜିଲ୍ଲାର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରୋସେକ୍ୟୁଟର ରାଜେଶ କୁମାର ମିଶ୍ର, ଓକିଲ ଲସିତ ବରଣ ବେହେରା ଓ ଛତ୍ରପୁର ସ୍ଥିତ ମା’ ରାମଚଣ୍ଡୀ ମନ୍ଦିରର ପରାମର୍ଶଦାତା ତ୍ରିପତି ବାଲାଜୀ ମିଶ୍ରଙ୍କ ଡାକରା କ୍ରମେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧି ତଥା ମା’ ରାମଚଣ୍ଡୀ ପୂଜା କମିଟି ଓ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବ୍ରହ୍ମପୁରର ମିଳିତ ସହଯୋଗରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର କଲ୍ୟାଣ ମଣ୍ଡପରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ଆରମ୍ଭରେ ସ୍ଥାନୀୟ ସରପଞ୍ଚ ସୁଦାମ ବେହେରା ପ୍ରଦୀପ ପ୍ରଜ୍ୱଳନ କରି ଏହାର ଉଦଘାଟନ କରିଥିଲେ । ପରେ ଡ଼ଃ ଶ୍ୟାମସୁନ୍ଦର ମହାରଣା, ଡ଼ଃ ସିଦ୍ଧେଶ୍ୱର ବେହେରା, ଡାକ୍ତର ଭାସ୍ୱତୀ ପଣ୍ଡା, ଡାକ୍ତର ସମରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଆସିଥିବା ଡାକ୍ତରୀ ଦଳ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଯକ୍ଷ୍ମା, ମଧୁମେୟ, ଦନ୍ତ ଚିକିତ୍ସା, ଥାଇରଏଡ଼ ତଥା ଗଣ୍ଠି ଯନ୍ତ୍ରଣା ଭଳି ଅନେକ ରୋଗରୁ କିପରି ହୋମିଓପ୍ୟାଥି ଔଷଧ ସେବନ ଦ୍ୱାରା ମୁକ୍ତି ମିଳିପାରିବ ସେ ନେଇ ସମସ୍ତଙ୍କୁ ପରାମର୍ଶ ଦେଇ ମାଗଣାରେ ଔଷଧ ସମସ୍ତଙ୍କୁ ଉପଲବ୍ଧ କରାଇ ସମସ୍ତଙ୍କ ପ୍ରିୟପାତ୍ର ହୋଇଥିଲେ । ସମାଜସେବୀ ମନୋଜ ମିଶ୍ର, ସାମ୍ବାଦିକ ଦୁର୍ଗାମାଧବ ପାଣିଗ୍ରାହୀ, ରୋହିତ ବିଶ୍ୱାଳ, ମୃତ୍ୟୁଞ୍ଜୟ ବେହେରା, ଶିବ ବେହେରା, ଶଙ୍କର ଚର୍ତ୍ତି, ସୁଧୀର ମହାରଣା, ଡ଼ି. ବିକାଶ, କୁଞ୍ଜ ବିହାରୀ ନାୟକ, ଲିଙ୍ଗରାଜ ମହାପାତ୍ର ତଥା ସ୍ଥାନୀୟ ମା’ ଚାମୁଣ୍ଡା ଫାଉଣ୍ଡେସନ କ୍ଲବର ସଦସ୍ୟମାନେ ଏହି ଶିବିରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହି ସୁଚାରୁରୂପେ ଶିବିରକୁ ପରିଚାଳନା କରିବାରେ ଡାକ୍ତରୀ ଦଳକୁ ଯଥାସମ୍ଭବ ସହାୟତା କରିଥିଲେ ।

Leave A Reply

Your email address will not be published.