
କେସିଙ୍ଗା, (ପ୍ରୀତେଶ ପଟେଲ ) : ରକ୍ତଦାନ ମହତ ଦାନ ବୋଲି କୁହାଯାଏ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ନଗରରେ ମାରୱାଡି ଯୁବ ମଞ୍ଚ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କେସିଙ୍ଗା ପୋଲିସ ଷ୍ଟେସନ ପାଖରେ ଥିବା ଅଗ୍ରସେନ ଭବନଠାରେ ଆଜି ସକାଳ ୧୦ଟା ସମୟରୁ ଆରମ୍ଭ ହୋଇ ସଂଧ୍ୟା ୫ ଟା ସମୟରେ ଶେଷ ହୋଇଥିଲା । ମୋଟ ୩୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ କେସିଙ୍ଗା ମାରୱାଡି ଯୁବ ମଞ୍ଚର ସଭାପତି ବିକାଶ ଅଗ୍ରୱାଲ, ଅଙ୍କିତ ଗୁପ୍ତା, ନିଖିଲେଶ ଅଗ୍ରୱାଲ, ସୂରଜ ଅଗ୍ରୱାଲ ଓ ବିବେକ ଜୈନ ସହ ସମସ୍ତ ସଦସ୍ୟ ଗଣ ଉପସ୍ଥିତ ଥିଲେ ।