
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା, ବଲାଙ୍ଗିର ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ସିଭିଲ କୋର୍ଟ, ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରର ମୂଳ ଉଦ୍ଦେଶ୍ୟ ଅଣ ସଂକ୍ରମକ ରୋଗର ଚିହ୍ନଟ ସହ, ମାଗଣା ରକ୍ତ ପରୀକ୍ଷା, ମାଗଣା ଔଷଧ, ଜୀବନ ଶୈଳୀ ଓ ଖାଦ୍ୟପେୟ ଉପରେ ପରାମର୍ଶ ଏବଂ ମାଗଣା ଡାକ୍ତର ସେବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ସ୍ଥାନୀୟ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିର ରେ ଡାକ୍ତର ନନ୍ଦ କିଶୋର ପାଢ଼ୀ , ଭୀମଭୋଇ ମେଡିକାଲ କଲେଜର ଡ଼ାକ୍ତର ଶ୍ରଦ୍ଧା ଠାକୁର ଓ ଡାକ୍ତର ଶୀତଳ ଆଚାର୍ଯ୍ୟ ଓ ରାଜେନ୍ଦ୍ର ଯୁବକ ସଂଘର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରଟିକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ (ଡ଼ିପିଏଚ୍ଓ) ଦିବ୍ୟ କିଶୋର ପତି, ଏପିଏମ ରାମାନୁଜ ପଣ୍ଡା ୟୁ. ସି. ଏମ ଅନିଲ କୁମାର ମହାକୁର ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ୧୦୫ରୁ ଅଧିକସଂଖ୍ୟକ ରୋଗୀ ଚିକିତ୍ସା ଲାଭ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରଟି ସୁଚାରୁ ରୂପେ ପରିଚାଳିତ ହେଇଥିଲା ।