ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଂଚାୟତ ସମିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଛାତ୍ରୀମାନଙ୍କ ନିମନ୍ତେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଗରୁଡଧ୍ୱଜ ବେହେରା ସଭାପତିତ୍ୱ କରି ଛାତ୍ରୀମାନଙ୍କ ନିମନ୍ତେ ଏହାର ଆବଶ୍ୟକତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ଶିକ୍ଷା ବିଭାଗର ଅଧ୍ୟାପକ ନରୋତ୍ତମ ପଣ୍ଡା ଛାତ୍ରୀମାନଙ୍କୁ ଏହାର ଉପଯୋଗିତା ଏବଂ ସମାଜରେ ଏହାର କର୍ଯ୍ୟକାରିତା ତଥା ଛାତ୍ରୀମାନଙ୍କୁ ବଳିଷ୍ଠ କରିବାରେ ଏହି କାର୍ଯ୍ୟକ୍ରମ କିପରି ସହାୟକ ହୁଏ ସେ ସମ୍ବନ୍ଧରେ ବିଷଦ ଭାବରେ ଛାତ୍ରୀମାନଙ୍କୁ କହିଥିଲେ । ପ୍ରଶିକ୍ଷିକା ନିଳିମା ସିଂ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆଗମୀ ୮ଦିନ ଧରି ଶିଖାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଇଂଗ୍ରଜୀ ଅଧ୍ୟାପିକ ସୁନିତା ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ କ୍ରୀଡା ଅଧ୍ୟାପକ ହେମନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ଏବଂ ପାଖାପାଖି ୧୦୦ରୁ ଅଧିକ ଛାତ୍ରୀ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.