
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମାରେ ଥିବା ରାଜୀବ ଗାନ୍ଧୀ ପଂଚାୟତ ସମିତି ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ମହିଳା ଆତ୍ମସୁରକ୍ଷା ତାଲିମ ଶିବିରର ଉଦ୍ଘାଟନୀ ଦିବସ ଅନୁଷ୍ଠିତ ହୋଇଯାଇଛି । ୮ ଦିନ ଧରି ଚାଲିବାକୁ ଥିବା ଏହି ମହିଳା ଆତ୍ମସୁରକ୍ଷା ତାଲିମ ଶିବିରର ଉଦ୍ଘାଟନୀ ଦିବସରେ ପୂର୍ବତନ ଅଧ୍ୟକ୍ଷ ଅମୂଲ୍ୟ କୁମାର ପାଣଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଅଧ୍ୟାପକ ମୃତ୍ୟୁଂଜୟ ପାଣିଗ୍ରାହୀ ଏବଂ ଅନ୍ୟ ଅଧ୍ୟାପିକା, ଅଧ୍ୟାପକ ସାମିଲ ଥିଲେ । ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ କୁମାରୀ ଗୌରୀ ନାଗ ଆତ୍ମସୁରକ୍ଷା ଉପରେ ବିଭିନ୍ନ ପ୍ରକାର ତାଲିମ ଦେଇଥିଲେ । ସେହିପରି କଂଟାବାଂଜି ସ୍ଥିତି ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ମଧ୍ୟ ଅଧ୍ୟକ୍ଷା ଶ୍ରୀମତୀ ରଂଜିତା ଗୁରୁଙ୍କ ଅଧ୍ୟକ୍ଷତାରେ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଦିଆଯାଇଛି ।