ଡେଲାଙ୍ଗ ବ୍ଲକସ୍ତରୀୟ ନିଯୁକ୍ତି ଭିତିକ ଦକ୍ଷତା ପରାମର୍ଶ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ଦକ୍ଷତା ପରାମର୍ଶ ଶିବିର ପୁରୀ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଦକ୍ଷତା ବିକାଶ ଅଥୋରିଟ ଆନୁକୂଲ୍ୟରେ ସୋମବାର ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଉପଲକ୍ଷେ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ନିରାକାର ପ୍ରଧାନ, ପ୍ରଫେସର ୟଙ୍ଗ, ଭାରତ ସରକାର, ନୀଳକଣ୍ଠ ନାୟକ ଅଧ୍ୟାପକ, ସରକାରୀ ପଲିଟେକ୍‌ନିକ୍‌, ସନାତନ ସାହୁ ସହକାରୀ ତାଲିମ ଅଧିକାରୀ, ପୁରୀ ଆଇଟିଆଇ ପ୍ରମୁଖ ଯୋଗଦେଇ ଏହି ସରକାରଙ୍କ ନିଶୁକ୍ଳ ଆବାସିକ ବୈଷୟିକ ଦକ୍ଷତା ବିକାଶ ତାଲିମ ଯୋଜନା ମାଧ୍ୟମରେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ପରାମର୍ଶ ଦେବା ସହ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ୧୮ରୁ ୩୫ ବର୍ଷ ଯୁବକ ଯୁବତୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଭାରତ ଓ ଓଡ଼ିଶା ସରକାରଙ୍କ ଅଭିନବ ବ୍ୟବସ୍ଥା, ରହିବା, ଖାଇବା ଓ ଟ୍ରେନିଙ୍ଗ ସମ୍ପୂର୍ଣ୍ଣ ମାଗଣା ଏବଂ ନିଶ୍ଚିତ ଚାକିରିର ସୁଯୋଗ ଦେବା ନେଇ ସିପେଟ ସିଏସ୍‌ଟିଏସ୍‌ ଭୁବନେଶ୍ୱର, ସିପେଟ (ପିପିଇସୀ) ପାରାଦୀପ, ବିପିଆଇଟି ଭୁବନେଶ୍ୱର, ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱର, ଯଶୋଦା ଫାଉଣ୍ଡେସନ, ପୁରୀ ସରକାରୀ ଆଇଟିଆଇ, ପୁରୀ ପଲିଟେକ୍‌ନିକ୍‌, ଗ୍ରାମ ତରଙ୍ଗ, ଏହି ଦଶ ଗୋଟି ନିୟୋଜନ କମ୍ପାନୀ ସିଲେଇ ଶିକ୍ଷା, ସୁଇଁଗ ମେସିନ ଅପରେଟର, ବିପିଓ ଶିକ୍ଷା, ହସ୍ପିଟାଲିଟି, ହୋଟେଲ ମ୍ୟାନଜମେଣ୍ଟ, ଇଲେକେଟ୍ରିକାଲ, ମେକାନିକାଲ, ସିଭିଲ ଇଞ୍ଜିନିଅର, ଫିଟର, ଟର୍ନର, ପ୍ଲାଷ୍ଟିକ ପ୍ରୋସେସିଂ ଅପେରେଟର, ମେସିନିଷ୍ଟ, ଓଲେଡ଼ର ଫୁଡ ଆଣ୍ଡ ବେଭେରଯେ ସର୍ଭିସେସ, ହେୟାର ଫ୍ୟାସନ ଆଣ୍ଡ ଡିଜାଇନ, ବୁଟି ଓଏଲନେସ ଆଣ୍ଡ ସ୍ପା, ଏୟାର କଣ୍ଡିସନ ଆଣ୍ଡ ରେଫ୍ରିଜରେସନ, ଆଦି ବିଷୟରେ ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଓ ଚୟନ କରାଯାଇଥିଲା । ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତରୁ ଶତାଧିକ ବେରୋଜଗାର ଯୁବକ ଯୁବତୀ ଏହି ଶିବିରରେ ନାମ ପଞ୍ଜିକରଣ କରିଥିଲେ । ଶେଷରେ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.