ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଯାତ୍ରୀ ନିବାସ ମିଟିଂ ହଲରେ ଷ୍ଟେଟ ମେଡିକାଲ ପ୍ଲାଣ୍ଟ ବୋର୍ଡ଼ ଓଡିଶା ତରଫରୁ ଔଷଧୀୟ ଚାଷ କିପରି କରିବା, ଅମଳ ଔଷଧର ବିକ୍ରୟ ଓ ତାର ବ୍ୟବହାର କିପରି କରିବା ସେ ନେଇ ଏକ ଦିବାସୀୟ ପ୍ରଶିକ୍ଷଣ ଶିବିର ବରଗଡ ଏସିଏଫ୍ ରାଜେନ୍ଦ୍ର ଗୋଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ଭୁବନେଶ୍ୱର ସୁଦୀପ୍ତ ନାୟକ, ସମ୍ମାନିତ ଅତିଥି ଭାବେ ବନବିଭାଗ ରେଞ୍ଜର ରାଜେନ୍ଦ୍ର ଭୋଇ, ଯୋଗଦେଇ ଥିବା ବେଳେ ପ୍ରକୃତି ବନ୍ଧୁ ମିନକେତନ ସାହୁ ସଭାର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ସଭାକୁ ପରିଚାଳନା କରିଥିଲେ ପ୍ରକୃତି ବନ୍ଧୁ ବିଭୁତି ଭୂଷଣ ମୁଣ୍ଡ । ଶିବିରରେ ବରଗଡ ଜିଲ୍ଲାର ୫୦ ଜଣ ଔଷଧୀୟ ଚାଷ କରୁଥିବା ଚାଷୀ ଯୋଗଦେଇ ଥିଲେ । ଏମାନେ ସମସ୍ତଙ୍କୁ ଭୁବନେଶ୍ୱରରୁ ଆସିଥିବା ଇପ୍ସିତ କୁମାର ପରିଡା ଓ ଗଗନ ବିହାରୀ ସାହୁ ବିଭିନ୍ନ ଔଷଧର ଚାଷ, ଔଷଧ ଅମଳ ଓ ତାର ବିକ୍ରୟ କିପରି କରିବେ ସେ ନେଇ ତାଲିମ ଦେଇଥିଲେ । ବରଗଡ ଜିଲ୍ଲା ପରିବେଶ ମଞ୍ଚର ସଭାପତି ପ୍ରମୋଦ ହୋତା, ଉପସଭାପତି ବଡ ଶତପଥି, ପ୍ରକୁତି ବନ୍ଧୁ ରାମଚନ୍ଦ୍ର ନାୟକ, ନୀଳକଣ୍ଠ ସା, ସଫଳ ଚାଷୀ ଡୋଳାମଣୀ ମେହେର, ତ୍ରିଲୋଚନ ମେହେର ପ୍ରମୁଖ ଯୋଗ ଦେଇଥିବା ବେଳେ ଆଲୋକ ଶ୍ରୀଚନ୍ଦନ ଧନ୍ୟବାଦ ଦେଇଥିଲେ ।