୨୬ରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଷଷ୍ଠ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୬ ତାରିଖ ସ୍ଥାନୀୟ ଯାଦବ ଭବନଠାରେ ମାହେଶ୍ୱରୀ ସଂଗଠନ ଓ ସମ୍ବାଦ-ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ମାହେଶ୍ୱରୀ ସଂଗଠନର କାର୍ଯ୍ୟାଳୟରେ କରାଯାଇଥିଲା । ଶିବିରକୁ ସଫଳ କରିବା ପାଇଁ ସହରର ବିଭିନ୍ନ ସଂଗଠନମାନଙ୍କୁ ଏଥିରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ମାହେଶ୍ୱରୀର ସଂଗଠନର ଅଙ୍କୁଶ ପାଣ୍ଡିଆ, ଶୋଭନ ଅଗ୍ରୱାଲ, ସୌମ୍ୟରଞ୍ଜନ ପଣ୍ଡା, ସ୍ୱାଗତ ଦାସ, ସୋମନାଥ ଘିବେଲା, ବିଷ୍ଣୁପ୍ରିୟା ପାଣି, ସ୍ମରଣିକା ନାଏକ, ସୁଶ୍ରିତା ଠାକୁର, ସୁଷମା ବହିଦାର, ପଦ୍ମାଳୟା ବାରିକ, ଇସିକା ଦାସ, ଯତୀନ୍ଦ୍ର ସାହୁ, ରାଜବାଳୁଙ୍କେଶ୍ୱର ନନ୍ଦ, ରିଙ୍କୁ ମିଶ୍ର, ଦୀନେଶ ଶର୍ମା, ଉପଦେଷ୍ଟା ମଣ୍ଡଳୀ ବ୍ୟାସଦେବ ନନ୍ଦ, ଲୋଟସ ଷଡଙ୍ଗୀ, ଡ.ଲଳିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.