jayashree

ଓସଡମା ପକ୍ଷରୁ କଲ୍ୟାଣପୁର ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳରେ ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଛଡିଆ) : ପୁରୀ ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ସଂସ୍ଥା (ଓସଡମା) ମିଳିତ ଅନୁକୂଲ୍ୟରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କଲ୍ୟାଣପୁର ଗ୍ରାମ ପଂଚାୟତରେ କଲ୍ୟାଣପୁର ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀଠାରେ ପରିଚାଳନା କମିଟି ମେମ୍ବର ୨୫ଜଣ, ସନ୍ଧାନ ଓ ଉଦ୍ଧାର କାରି ଦଳ ୨୫ଜଣ ଓ ପ୍ରାଥମିକ ସହାୟତାକାରୀ ଦଳ୨୫ ଜଣ ଲେଖାଏଁ ଦକ୍ଷତା ବୃଦ୍ଧି ତାଲିମ ଶିବିର କାର୍ଯ୍ୟକ୍ରମ ତା ୧୬/୦୧/୨୦୨୩ରିଖ ସୋମବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ରୂପେ ଏବିଡିଓ ପ୍ରଦୀପ୍ତ କୁମାର ନାୟକ, କଲ୍ୟାଣପୁର ପଞ୍ଚାୟତ ସରପଞ୍ଚ ଗୋବର୍ଦ୍ଧନ ସେଠୀ ଓ ଆଶ୍ରୟ ସ୍ଥଳୀର ସମ୍ପାଦକ କଲ୍ୟାଣପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବେହେରା ଓ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟର ଅନୁଭୂତି ଓ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ନୋଡାଲ ଏନ୍‌ଜିଓ ଭାବେ ଗୋପୀନାଥ ଯୁବକ ସଂଘର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାଶ ସମସ୍ତ କାର୍ଯ୍ୟକୁ ଅନୁଷ୍ଠାନିକ ଭାବେ ପରିଚାଳନା କରିଥିଲେ । ବିପର୍ଯ୍ୟୟ ସମୟରେ କିଭଳି ଭାବରେ ବିପଦକୁ ହ୍ରାସ କରାଯାଇପାରିବ ଏବଂ ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତି ଓ ବିପର୍ଯ୍ୟୟ ସମୟରେ ଉଦ୍ଧାରକାରୀ ଦଳମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ସଂଘ ବଧ ଭାବରେ ମୁକାବିଲା ଶିକ୍ଷାଦାନ କରିବା ପାଇଁ କମିଟି ମେମ୍ବରମାନଙ୍କର ବିଭିନ ଦାୟିତ୍ୱ ସମ୍ପର୍କରେ ତାଲିମ ଦିଆଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ଏହି ତାଲିମ କାର୍ଯ୍ୟକ୍ରମ ୧୬ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମରେ ଶିକ୍ଷାଦାତା ଭାବରେ ବସନ୍ତ କୁମାର ଜେନା ଓ ଉପେନ୍ଦ୍ର କୁମାର ବିଶ୍ବାଳ, ସୁଜାତା ପ୍ରଧାନ ପ୍ରମୁଖ ୪ଜଣ ଓସଡମାର ପ୍ରଶିକ୍ଷକ ଭାବରେ ତାଲିମ ଦେଇଥିଲେ । ଶେଷରେ ଗୋପୀନାଥ ଯୁବକ ସଂଘର ସମ୍ପାଦକ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.