ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସର୍ଗିବାହାଲ ଠାରେ କାଳୀପୂଜା ଉପଲକ୍ଷେ ଦୀର୍ଘ ୫ ଦିନଧରି ଚାଲିଥିବା ଶ୍ୟାମା ଜ୍ୟୋତି ମହୋତ୍ସବ ୨୦୨୪ ଉଦ୍ଯାପିତ ହୋଇଯାଇଛି । ମାଁ ସମଲେଶ୍ୱରୀ କଳା ପରିଷଦ ଚିଚିଣ୍ଡାର କଳାକାରମାନେ ଜଳନ୍ଧର ଦରବାର ଅଭିନୟ କରିଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ ବରଗଡ଼ ତରଫରୁ ସଚେତନ ହେମା ଅନୁଷ୍ଠାନ ଓ ଛୁମକୁ ଛୁମା ଅନୁଷ୍ଠାନ ଖୁବ ଆକର୍ଷଣୀୟ ଲୋକନୃତ୍ୟ ପରିବେଷଣ କରିଥିଲେ । ଶେଷ ଦିନରେ ସମାଜସେବୀ ପ୍ରିତେଶ ବହିଦାର, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, କଳା ସଂଗଠକ ଅଶୋକ ମିଶ୍ର ଅତିଥି ଭାବରେ ଯୋଗଦେଇ ଦର୍ଶକମାନଙ୍କୁ ସମ୍ବୋଧିତ କରିଥିଲେ । ଜଳନ୍ଦର ଅଭିନୟ କରୁଥିବା ଝସକେତନ ପ୍ରଧାନ ଓ ସଙ୍ଗୀତଜ୍ଞ ବର୍ଗତିଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ଚିତ୍ରସେନ ବେହେରା, ରାଜୀବ ମେହେର, ଭରତ ମେହେର, ଚନ୍ଦ୍ରମଣି ସାହୁ, ମଣି ରଣା, ବିବେକା ବେହେରା, ଛାୟାକାନ୍ତ ମେହେର, ଉମେଶ ଅଗ୍ରୱାଲ, ରାମଚନ୍ଦ୍ର ବରିହା, ରାଜକୁମାର ବେହେରା ଓ ସମସ୍ତ ଯୁବଗୋଷ୍ଠୀ ସହଯୋଗ କରିଥିବା ବେଳେ ନାଟ୍ୟକାର ରାଜକୁମାର ସାହୁ ପରିଚାଳନା ଓ ଗୋବର୍ଦ୍ଧନ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।