
ବଲାଙ୍ଗିର, (କେପିଏନ୍ଏସ୍) : ଦୁର୍ଗାପାଲି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରେ ବିସିଜି ଟୀକାକରଣର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଦୁର୍ଗାପାଲି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରେ ଦୁର୍ଗାପାଲି ସଂରପଂଚ ଶ୍ରୀମତୀ ଜନନୀ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଯୁବା ବିସିଜି ଟୀକାକରଣ ଶୁଭାରମ୍ଭ କରିଛନ୍ତି । ମହିଳା ସ୍ୱାସ୍ଥ୍ୟକର୍ମୀ ସ୍ୱର୍ଣ୍ଣପ୍ରଭା ବହିଦାର ଟୀକାକରଣ କରିଥିବା ବେଳେ ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀ ମାନେ ସହଯୋଗ କରିଥିଲେ ।