କୁରୁଲ ହାଇସ୍କୁଲରେ ମୋ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ଆଜି ଆନୁଷ୍ଠିତ ଭାବେ ଶୁଭାରମ୍ଭ ହୋଇଛି ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ’ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ ଅଧୀନସ୍ଥ ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲ ଠାରେ । ଅପରାହ୍ନ ୨ଟା ସମୟରେ ବିଦ୍ୟାଳୟର ଉପର ମହଲା ଠାରେ କୋଭିଡ଼-୧୯ ନିୟମାନୁଯାୟୀ ଏକ ସଭାର ଆୟୋଜନ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୁଇଁନ୍ତଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ । ସମ୍ମାନିତ ଅତିଥି ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଆନନ୍ଦ ଚନ୍ଦ୍ର ବଡ଼ପଣ୍ଡା ଯୋଗଦାନ କରିଥିଳେ । ବିଜ୍ଞାନ ଶିକ୍ଷକ ଶିବ ତ୍ରିପାଠୀ ଓ ବ୍ଲକ୍‌ ସଂଯୋଜକ ପଥର୍ଲା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ସରୋଜ ହୋତା, ବୁଦ୍ଧିଜୀବୀ ଭାଗବତ ପ୍ରସାଦ ଧରୁଆ ଓ ସ୍କୁଲ ସଭାପତି ସୁଦାମ ପଟେଲ ମଂଚାସୀନ ଥିଲେ । ସଭାର ସଭାପତି ଥିଲେ ବରିଷ୍ଠ ଶିକ୍ଷକ ଅପରଦୀପ ପାଣିଗ୍ରାହୀ । ସଭାରେ ପୁରାତନ ଛାତ୍ର ତଥା ପୂର୍ବତନ ସ୍କୁଲ ସଭାପତି ଅଶ୍ୱିନୀ ନାଏକ, ଡୋନର ସଭ୍ର ଶଚିକାନ୍ତ ରାଉତ ସମେତ ଅସୀତ ରଂଜନ ପଟ୍ଟନାୟକ, ସୁଶାନ୍ତ ପଟେଲ, ଅଚ୍ୟୁତାନ୍ଦନ ପଟେଲ, ସୋନୁ ନାଥ, ଧନେଶ୍ୱର ଭୁଏ, ମଧୁସୂଦନ ବାଗ, ମାନଗୋବିନ୍ଦ ସାହୁ, ଅରିଜିତ ନାଏକ ଯୋଗଦେି ସଭାପତି ସାଫଲ୍ୟ ମଣ୍ଡିତ କରିଥିଲେ । ଶିକ୍ଷକ ଆନନ୍ଦ ସାହୁ, ପ୍ରମୋଦ ହୋତା, ବାସନ୍ତୀ ସାହୁ, କିରାଣୀ ରାମକୁମାର ରାଉତ ସମେତ ଶୁକଦେବ ପଟେଲ, ନକୁଳ ନାଏକ ଓ ରଘୁନାଥ ପଟେଲ ସହଯୋଗ କରିଥିଲେ । ଶିକ୍ଷକ ମଣ୍ଡଳୀ ତରଫରୁ ଉକ୍ତ କାର୍ଯ୍ୟକ୍ରମକୁ ଏକ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରି ଶୁଭାରମ୍ଭ କରିଥିବା ବେଳେ ଶିକ୍ଷକ ଅମରଦୀପ ପାଣିଗ୍ରାହୀ ଦଶ ହଜାର ଟଙ୍କା, ମୁଖ୍ୟ ଅତିଥି ଶ୍ରୀ ବାଗ ମହୋଦୟ ଦଶ ହଜାର ଟଙ୍କା, ଆନନ୍ଦ ଚନ୍ଦ୍ର ବଡ଼ପଣ୍ଡା ଏକ ହଜାର ଟଙ୍କା, ଦିଗାମ୍ବର ନାଏକ ଦଶ ହଜାର ଟଙ୍କା, ସୁବାସ ଚନ୍ଦ୍ର ପଣ୍ଡା ଦଶ ହଜାର ଟଙ୍କା, ପୁରାତନ ଛାତ୍ର ସୁଶାନ୍ତ ପଟେଳ, ଅଶ୍ୱିନୀ ନାଏକ, ଅସୀତ ପଟ୍ଟନାୟକ, ସଭାପତି ସୁଦାମ ପଟେଲ ପ୍ରତ୍ୟେକେ ୨ ହଜାର ଟଙ୍କା, ଭାଗବତ ପ୍ରସାଦ ଧରୁଆ ଏକ ହଜାର ଟଙ୍କା, ସୋନୁ ନାଥ ଏକ ହଜାର ଟଙ୍କା ଓ ଅଚ୍ୟୁତାନନ୍ଦ ପଟେଲ ପାଂଚଶହ ଟଙ୍କା ମୋଟ ଏକ ଲକ୍ଷ ଏକାବନ ହଜାର ପାଂଚ ଶହ ଟଙ୍କା ସଂଗ୍ରହ ହୋଇଥିଲା, ଯାହାକି ସରକାର ଏହାର ଦୁଇଗୁଣା ଅର୍ଥ ବିଦ୍ୟାଳୟକୁ ଯୋଗାଇ ଦେବେ । ଆଗାମୀ ଦିନରେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ ଛାତ୍ର ଶପଥ ନେଇ ଏହାକୁ ଦଶଗୁଣା କରିବାକୁ ସଂକଳ୍ପ ନେଇ ସଭାକାର୍ଯ୍ୟ ସଂପନ୍ନ ହୋଇଥିଲା । ସଭାର ସଂଯୋଜନା କରିଥିଲେ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ । ଧନ୍ୟବାଦ ଅର୍ପଣ କରିଥିଲେ ସଭାପତି ସୁଦାମ ଚରଣ ପଟେଲ । ବିଦ୍ୟାଳୟର ଏତାଦୃଶ କାର୍ଯ୍ୟକ୍ରମକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି ।

??????
Leave A Reply

Your email address will not be published.

error: Content is protected !!