oom

ବଲାଙ୍ଗିର ସାମ୍ବାଦିକ ସଂଘ ପକ୍ଷରୁ ମନୋରମା ମହାପାତ୍ର ଓ ଅରିନ୍ଦମ୍‌ ଦାସଙ୍କୁ ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ସଂଘ ପକ୍ଷରୁ ସଂପାଦିକା ତଥା ସାହିତ୍ୟ ସାଧିକା ମନୋରମା ମହାପାତ୍ର ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏହି ଶ୍ରଦ୍ଧାଂଜଳି ସଭାରେ ସାମ୍ବାଦିକ ବୃନ୍ଦ ଉଭୟ ସାମ୍ବାଦିକଙ୍କ ପରିବାରବର୍ଗକୁ ସମବେଦନା ଜ୍ଞାପନ କରିବା ସହିତ ଦୁଇ ଅମର ଆତ୍ମାର ସତ୍‌ଗତି କାମନା କରିଥିଲେ । ସାମ୍ବାଦିକ ସଂଘର ଉପସଭାପତି ଆନଂଦ ଚଂଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଂଜଳି ସଭାକୁ ସାଧାରଣ ସଂପାଦକ ବଳରାମ ମିଶ୍ର ପରିଚାଳନା କରିଥିବା ବେଳେ ସଂଘର ବରିଷ୍ଠ ସଦସ୍ୟ ସତ୍ୟନାରାୟଣ ବେହେରା, ଗୋପବନ୍ଧୁ ଶତପଥୀ, ସୋମନାଥ ଆଚାର୍ଯ୍ୟ, ନବୀନ ପଶାୟତ, ସୁଧୀର ମିଶ୍ର, ଶିଶିରକାନ୍ତ ଶତପଥୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ଦେବାଶିଷ ମିଶ୍ର, ଦୀପକ ପୁରୋହିତ, ଘଟେଶ୍ୱର ମିଶ୍ର, ଚନ୍ଦ୍ରଭାନୁ ମୋଲାନା, ସଂଦୀପ କୁମାର କୁଅଁର, ଶରତ ଚନ୍ଦ୍ର ମିଶ୍ର, ସଚ୍ଚିଦାନନ୍ଦ ବଗର୍ତ୍ତି, ଗୁପ୍ତେଶ୍ୱର ପୃଷ୍ଟି, ମୁନା ଗୌଡ଼, କରୁଣାକର ପ୍ରଧାନ, ତରୁଣ ସାହୁଙ୍କ ସହ ଅନ୍ୟମାନେ ଦିବଙ୍ଗତ ଆତ୍ମାଙ୍କ ସ୍ମୃତିଚାରଣ କରିଥିଲେ ।

jittmm
Leave A Reply

Your email address will not be published.