ଗଣିତ ଅଧ୍ୟାପକଙ୍କ ମୃତ୍ୟୁରେ ଅଶ୍ରୁଳ ଶ୍ରଦ୍ଧାଜ୍ଞଳି ଅର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ଯୁକ୍ତ ଦୁଇ ବିଜ୍ଞାନ କଲେଜର ଗଣିତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସେନାପତି (୪୨)ଙ୍କର କଟକ ମେଡିକାଲ କୋଭିଡ ଚିକିତ୍ସା କେନ୍ଦ୍ରରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ତାଙ୍କର ଅକାଳ ବିୟୋଗ ଖବର ପାଇ ଛାତ୍ରଛାତ୍ରୀ, କଲେଜ ଅଧ୍ୟାପକ ଓ ଷ୍ଟାପ, ବନ୍ଧୁ, ପରିବାର ବର୍ଗ ଗଭୀର ଶୋକ ପ୍ରକାଶ କରିଛନ୍ତି । ବରିଷ୍ଠ ଅଧ୍ୟାପକ ନିରୋଦ ସାମନ୍ତରାୟ ଅଧ୍ୟକ୍ଷତାରେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ୍‌ ନିରବ ପ୍ରାର୍ଥନା କରାଯିବା ସହ ଭଗବାନ ତାଙ୍କ ପରିବାରକୁ ଅସୀମ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରର୍ଥନା କରିଥିଲେ । କଲେଜର ୨୦ ବର୍ଷର ଅଧ୍ୟାପନା ସହ ସେ ଛାତ୍ରବତ୍ସଳ, ମେଳାପି, କର୍ତ୍ତବ ନିଷ୍ଠ, ପରୋପକାରୀ ଥିବା ବେଳେ ସ୍ମୃତିଚାରଣ କରି ଅଶ୍ରୁଳ ଶ୍ରଦ୍ଧାଜ୍ଞଳି ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.