centurian jitm

ଦିବଙ୍ଗତ ନେତା ମୁନା ନନ୍ଦଙ୍କୁ କଂଗ୍ରେସର ଶ୍ରଦ୍ଧାଞ୍ଜଳି

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବଙ୍ଗତ ଯୁବ ନେତା ତଥା ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ମୁନା ନନ୍ଦଙ୍କ ଅକାଳ ବିୟୋଗ ଘଟିଛି । ଆଜି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଅମର ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ କଂଗ୍ରେସ ସଂଗଠନ ପାଇଁ ତାଙ୍କର ବିୟୋଗ ଏକ ଅପୁରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା । ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲୀପ ବେହେରା , ନଗର କଂଗ୍ରେସ କମିଟି ସଭାପତି ବୁଲୁ ଦାନୀ, କିସାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଉପ ସଭାପତି ମନୀଷ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ଜୁଲୁ ପଟ୍ଟନାୟକ, କୈଳାଶ ମିଶ୍ର, ଶୁଭ୍ରାଂଶୁ ପଣ୍ଡା, ସଞ୍ଜୟ ମିଶ୍ର, ଅବିନାଶ ସାଏ, ବ୍ୟାସଦେବ ନନ୍ଦ, ବୀରେନ୍ଦ୍ର ବାବୁ, ସୁନୀଲ, ଚମାର, ଅଶ୍ୱିନ ରାଉତ, ଅଜିତ ମହାନନ୍ଦ, ମଧୁ ନାଗ, ଗୌରଭ ଶର୍ମା, ନାସିର୍ ଖାଁ, ଟୁଲୁ ସେନ, ଶିବୁ ପାଣିଗ୍ରାହୀ, ଟିକଲ୍ ପୁଟେଲ, ବିହାରୀ, ସୁଢୁ ନାଗ, ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.