ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପ୍ରତି ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏନେଇ ଛତ୍ରପୁର ପ୍ରେସ କ୍ଲବର ସମ୍ମିଳନୀ କକ୍ଷରେ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯିବା ପୂର୍ବକ ଦୁଇମିନଟ୍‌ ନୀରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସେହିଭଳି ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯିବା ସହିତ ସେମାନଙ୍କର ଉପଯୁକ୍ତ କ୍ଷତିପୂରଣ ସରକାର ପ୍ରଦାନ କରନ୍ତୁ ଏବଂ ମୃତକଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନାମୂଳକ ଭାବେ କ୍ଷତିପୂରଣ ପ୍ରଦାନ କରାଯିବା ନିମନ୍ତେ ସରକାର ଖୁବ ଶୀଘ୍ର ତ୍ୱରାନ୍ୱିତ କରିବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଛି । ଏପରିକି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି । ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୋକ ସଭାରେ ଛତ୍ରପୁର ପ୍ରେସ କ୍ଲବର ଉପଦେଷ୍ଠା ରବିନ୍ଦ୍ର ନାଥ ପଣ୍ଡା, ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ କୁମାର ମହାରଣା, ଉପସଭାପତି ଦିଲ୍ଲୀପ କୁମାର ସାମଲ ଓ ସୁଧୀର କୁମାର ନାହାକ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, କେ. ସତ୍ୟନାରାୟଣ ରେଡ୍ଡୀ, ସନ୍ତୋଷ କୁମାର ସାହୁ, ସୁଜୟ ସୁପ୍ରକାଶ ଧଳ, ଦେବବ୍ରତ ପଣ୍ଡା, ପ୍ରଦୀପ କୁମାର ସାହୁ, କେ.ରମେଶ, କିଶୋର ମହାନ୍ତି ଗୌରପ୍ରସାଦ ମହାପାତ୍ର, ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାଙ୍କ ସଦ୍‌ଗତି କାମନା କରିଥିଲେ ।

jittmm
Leave A Reply

Your email address will not be published.