କଳାକାର ଗୋପାଳ ସାହୁଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ଜଣେ ବିଶିଷ୍ଟ କଳାକାର ଗୋପାଳ ସାହୁ (ଏଲି)ଙ୍କ ଆଜି ଶୋକସଭା ହୋଇଯାଇଛି । ତାଙ୍କର ବିୟୋଗରେ ଆଜିଭ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୃଥ୍ୱୀରାଜ ହାଇସ୍କୁଲ୍ର ୧୯୭୨ ମାଟ୍ରିକ୍ ବ୍ୟାଚ ପୁରାତନ ଛାତ୍ର ମାନଙ୍କ ଏକ ଶୋକସଭା ସହପାଠୀ ତଥା ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ  କରିଥିବା ଗୋପାଳ ସାହୁଙ୍କ ବିୟୋଗରେ ଶୋକସଭା ଆଜି ସନ୍ଧ୍ୟାରେ ଟିକରାପଡ଼ା ଗାନ୍ଧୀ ପାଠାଗାର ଠାରେ ପୁରାତନ ଛାତ୍ରମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ସ୍ଵର୍ଗତ ଆତ୍ମାର ସଦ୍‌ଗତି କାମନା କରି ନୀରବ ପ୍ରାର୍ଥନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବୈଠକରେ ଦାମୋଦର ଓତା, ଗୋପବନ୍ଧୁ ସତପଥୀ, ହରିସଙ୍କର ପଣ୍ଡା, ମୋହିନୀ ମୋହନ ମିଶ୍ର, ଗଗନ ବିହାରୀ ମିଶ୍ର, ଉମାଶଙ୍କର ପାତ୍ର, ବାବୁଲି ପଟନାୟକ, ଅଶୋକ ସତପଥୀ, ଶ୍ରୀକାନ୍ତ ପଟେଲ, ଭଗବାନ ବଗର୍ତ୍ତୀ, ସୂର୍ଯ୍ୟ ନାରାୟଣ ପୁରୋହିତ, ଅମ୍ବରିଷ ସରାଫ, ଭବାନୀ ଶଙ୍କର ପଟେଲ ପ୍ରମୁଖ ଶୋକସଭାରେ ସ୍ଵର୍ଗତ ଗୋପାଳ  ସାହୁଙ୍କ ବହୁବିଧ ପ୍ରତିଭା ଓ ଗୁଣାବଳୀ ଇତ୍ୟାଦି ବର୍ଣନା କରି ତାଙ୍କର ସ୍ମୃତିଚାରଣ କରିଥିଲେ ।

jittmm
Leave A Reply

Your email address will not be published.