ଶ୍ରମିକ ନେତା ତଥା ଅସହାୟଙ୍କ ସହାୟ ଲଲିତ କୁମାର ନାୟକଙ୍କ ବିୟୋଗରେ ହେମାଲ ସଂଘର ଶୋକସଭା

କଂଟାବାଂଜି, (ମନିଶ କୁମାର ହଂସ) : ପଶ୍ଚିମ ଓଡିଶାର ବିଭିନ୍ନ ଶ୍ରମିକ ସଂଗଠନର ସଭାପତି, ଅଦ୍ୱିତୀୟ ସମାଜସେବୀ, ରକ୍ତଦାତା, ବଲାଙ୍ଗିର ମାଟିର ଗର୍ବ ଓ ଗୌରବ ଲଲିତ କୁମାର ନାୟକଙ୍କ ବିୟୋଗରେ କଂଟାବାଂଜିର ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟ ମର୍ମାହତ ହୋଇଛି । ସ୍ୱର୍ଗତ ନାୟକଙ୍କ ବିୟୋଗରେ କଂଟାବାଂଜିର ହେମାଲ ସଂଘ ତରଫରୁ ମଂଗଲବାର ସଂଧ୍ୟାରେ ନିଜସ୍ୱ ହେମାଲ ଭବନରେ ଏକ ଜରୁରୀକାଳିନ ବୈଠକ ଡକାଯାଇ ଅଧ୍ୟକ୍ଷ ଶେଷଦେବ ପୁଟେଲଙ୍କ ଅଧ୍ୟକ୍ଷତାରେ ଶୋକସଭା କରାଯାଇଛି । ସ୍ଥାନୀୟ ହେମାଲ ସଂଘର ସଂପାଦକ ବିସର୍ବ ବେହେରାଙ୍କ ସହତ ଶତାଧିକ ଶ୍ରମିକ ହେମାଲ ଭବନରେ ଯୋଗ ଦେଇ ସ୍ୱର୍ଗତ ନାୟକ ଅମର ରହେ ସ୍ଲୋଗାନ ଦେଇ ତାଙ୍କ ସେବା ଶ୍ରମିକ ମାନଙ୍କ ସହ ଜଡିତ ଥିବା ଉପରେ ମତାମତ ରଖିଥିଲେ । ଏହି ଶୋକସଭାରେ ସଂଗଠନର ସଭାପତି ଶ୍ରୀ ପୁଟେଲ ବଲାଙ୍ଗିର ମାଟି କାହିଁକି ସମଗ୍ର ପଶ୍ଚିମ ଓଡିଶାର ସଂଗଠନ ଗୁଡିକ ଜଣେ ଦରଦି, ଅସହାୟଙ୍କ ସହାୟକୁ ହରାଇଛନ୍ତି ବୋଲି ମର୍ମାହତ ହୋଇଛନ୍ତି । ସ୍ୱର୍ଗତ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିବା ସହିତ ବଲାଙ୍ଗିର ସହରରେ ସ୍ୱର୍ଗତ ନାୟକଙ୍କ ସ୍ମୃତିରେ ଏକ ଛକ ନିର୍ମାଣ କିମ୍ବା ରାସ୍ତାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ରଖିଛି ସଂଗଠନ ।

Leave A Reply

Your email address will not be published.