om academy

ବଲାଙ୍ଗିର ସିଭିଲ କୋର୍ଟ ଏକାଉନଟାଣ୍ଟ ସୁବାସ ଦାନୀଙ୍କ ବିୟୋଗରେ ଶୋକସଭା

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସିଭିଲ୍‌ କୋର୍ଟରେ ବଲାଙ୍ଗିର ସିଭିଲ କୋର୍ଟର କାର୍ଯ୍ୟରତ ଏକାଉନ୍‌ଟାଣ୍ଟ ସୁବାସ ଦାନୀଙ୍କ ଅକାଳ ବିୟୋଗରେ ବିଚାର ବିଭାଗୀୟ କର୍ମ·ରୀ ସଂଘର ସଭାପତି ପ୍ରକାଶ ନେପାକଙ୍କ ଆବହକତ୍ୱରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସେ କରୋନାରେ ପୀଡିତ ହୋଇ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟରେ ସପ୍ତାହେ ହେଲା ଚିକିତ୍ସିତ ହେଉଥିଲେ । ଉକ୍ତ ଶୋକସଭାରେ ଇନ୍‌ଚାର୍ଜ ଜିଲ୍ଲା ଜଜ୍‌ ଅଜନ୍ତା ଷଡଙ୍ଗୀ ତଥା ସମସ୍ତ ବି·ର ବିଭାଗୀୟ ଅଧିକାରୀ, ସମସ୍ତ କର୍ମ·ରୀ ଯୋଗଦାନ କରି ଦାନୀବାବୁଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ଭିଜିଲାନ୍ସ ଜଜ୍‌ ଶ୍ରୀ ଷଡଙ୍ଗୀ ସ୍ୱର୍ଗତ ଦାନୀଙ୍କ ବିୟୋଗରେ ଜଣେ ସର୍ଚ୍ଚୋଟ ତଥା କର୍ମଠ କର୍ମଚାରୀଙ୍କୁ ଆମେ ହରେଇଲୁ ବୋଲି ପ୍ରକାଶ କରିଥିଲେ । ସିିଭିଲ କୋର୍ଟ ରେଜିଷ୍ଟାର ଅମିତ କୁମାର ବାରିକ ସ୍ୱର୍ଗତ ଦାନୀଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ସହ କରୋନା କାଳରେ ସମସ୍ତେ ସଜାଗ ରହି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ସିଭିଲ କୋର୍ଟ ମୁଖ୍ୟ କିରାଣୀ ପଂଚାନନ ପଟ୍ଟନାୟକ ସ୍ୱର୍ଗତ ଦାନୀଙ୍କ ବିୟୋଗରେ ବିଚାର ବିଭାଗ ଜଣେ ଦକ୍ଷ ତଥା କର୍ମବୀରଙ୍କୁ ହରେଇଲା ବୋଲି ମତ ପ୍ରକାଶ କରିଥିଲେ । ସଂଘର ସଭାପତି ଶ୍ରୀ ନେପାକ ତାଙ୍କର ଅନ୍ତରଙ୍ଗ ବନ୍ଧୁ ସହକର୍ମୀଙ୍କୁ ହରେଇ ମର୍ମାହତ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ଜଜ୍‌ ଶ୍ୟାମ ସୁନ୍ଦର ଦାଶ ତାଙ୍କ ଶୋକ ବାର୍ତ୍ତାରେ ସୁବାସ ଦାନୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.