ଶିକ୍ଷକ ବନ୍ଧୁ ସରୋଜ ସାହୁଙ୍କ ବିୟୋଗରେ ଶୋକସଭା

ପଦ୍ମପୁର,(ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତରଣୀ ସେନ ସାହୁଙ୍କ ସଭାପତିତ୍ବରେ ପ୍ରିୟ ସଂସ୍କୃତି ଶିକ୍ଷକ ସରୋଜ ସାହୁଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି । ସଭାରେ ଶିକ୍ଷକ ବନ୍ଧୁ ସ୍ବର୍ଗତ ସରୋଜ ସାହୁ ଜଣେ ଆଦର୍ଶ, ଛାତ୍ର ବତ୍ସଳ, ମେଲାପୀ, କଳା ସଂସ୍କୃତି ପ୍ରିୟ ଭାବେ ଅଭିହିତ କରି ଶିକ୍ଷକ ପବିତ୍ର, ରତ୍ନମଣୀ, ସୁଶାନ୍ତ, ଭକ୍ତବନ୍ଧୁ, ଅଜିତ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଚନ୍ଦ୍ରମଣି, ସୁନୀଲ, ଲକ୍ଷ୍ମଣ, ଭଜଲ ପରିବାର ପ୍ରତି ସମବେଦନା ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷକ ସାହୁଙ୍କ ବିୟୋଗରେ ମର୍ମାହତ ହୋଇ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ମୃତ୍ୟୁ ପରେ ଚାକିରିକାଳୀନ ତଥା ପେନସନ ସୁବିଧା ନ ଥିବାରୁ ସରକାରଙ୍କ ପ୍ରତି କ୍ଷୋଭ ପ୍ରକାଶ କରିଥିଲେ । ଶିକ୍ଷକ ସଂଘ ମାଧ୍ୟମରେ ସାହୁଙ୍କ ପରିବାର ପ୍ରତି ସରକାରଙ୍କ ଠାରେ ନ୍ୟାୟୋଚିତ ଦାବୀ ଜଣାଇବାର ସଂକଳ୍ପ ନେଇଥିଲେ ।

Leave A Reply

Your email address will not be published.