centurian jitm

ଭଗବାନ ପର୍ଶୁରାମ ଜୟନ୍ତୀରେ ଅବସରରେ ବିଶାଳ ଶୋଭାଯାତ୍ରା

nschool
  • ପର୍ଶୁ ଓ ତ୍ରୀଶୁଳ ପ୍ରଦର୍ଶନ

ବଲାଙ୍ଗୀର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗୀର ଜିଲ୍ଲା ବ୍ରାହ୍ମଣ ମହାସଭା ଓ ପର୍ଶୁରାମ ଜୟନ୍ତୀ କମିଟି ପକ୍ଷରୁ ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ସ୍ଥାନୀୟ ନରସିଂହ ମନ୍ଦିରଠାରେ ଯଜ୍ଞ ଓ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା । ହିନ୍ଦୁଏକତା ଓ ଜଗତ କଲ୍ୟାଣ ପାଇଁ ଆୟୋଜିତ ଯଜ୍ଞରେ ବ୍ରାହ୍ମଣ ମହାସଭାର କୋଷାଧ୍ୟକ୍ଷ କିଶୋର ପୁରୋହିତ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଦିନ ୧୦ଟାରେ ନରସିଂହ ମନ୍ଦିରରୁ ଏକ ମୋଟର ସାଇକେଲ ରାଲୟ କରାଯାଇ ଆରଟିଓ ଛକରେ ଥିବା ପର୍ଶୁରାମ ପ୍ରତିମୂର୍ତ୍ତି ସ୍ଥଳକୁ ପହଞ୍ଚି ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ଜିଲ୍ଲାପାଳଙ୍କ ବାସଭବନ ନିକଟସ୍ଥ ବ୍ରାହ୍ମଣସମାଜର ପ୍ରସ୍ତାବିତ ମଣ୍ଡପସ୍ଥଳିକୁ ପହଞ୍ଚି ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ସହରରେ ଏକ ବିଶାଳ ଶୋଭାଯାତ୍ରା ମଧ୍ୟ କରାଯାଇଥିଲା । ଏଥିରେ ସହରର ଅନେକ ଜାତି ସଂଗଠନ ଯୋଗଦେଇଥିଲେ । ଆଜିର ଦିନରେ ହିନ୍ଦୁଏକତାର ଆବଶ୍ୟକତା ରହିଛି ବୋଲି ଆୟୋଜକ କମିଟି କହିଛି । ତେଣୁ ଶୋଭାଯାତ୍ରାରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗଦଳ ଓ ବିଜେପିର କାର୍ଯ୍ୟକର୍ତ୍ତାମାନେ ପର୍ଶୁ ଚାଳନା କରିଥିଲେ । ସେହିପରି ଦୁର୍ଗାବାହିନୀର ମହିଳାମାନେ ତ୍ରୀଶୁଳ ପ୍ରଦର୍ଶନ କରି ଭାରତୀୟ ମହିଳାଙ୍କ ପରାକାଷ୍ଠା ଦେଖାଇଥିଲେ । ଶୋଭାଯାତ୍ରା ସ୍ଥାନୀୟ ନରସିଂହ ମନ୍ଦିରଛକରୁ ବାହାରି ଦୁର୍ଗାମନ୍ଦିର, ମହାଦେବ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ସମଲେଶ୍ୱରୀ ମନ୍ଦିର, ରାମ ମନ୍ଦିର, ହନୁମାନ ମନ୍ଦିରରେ ପୂଜାର୍ଚ୍ଚାନ ପରେ ରୁଗୁଡିପଡାଛକ, ଜିଲ୍ଲାପାଳ କାର୍ଯ୍ୟାଳୟ ଦେଇ ପୁଣି ନରସିଂହ ମନ୍ଦିରକୁ ପହଞ୍ଚିଥିଲା । ଏଠାରେ ହଜାର ହଜାର ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ବଜାଗଜା ସହିତ ନାମ ସଂକୀର୍ତ୍ତନରେ ସହର ଉଛୁଳି ପଡିଥିଲା । ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳା ଯୋଗଦାନ କରିଥିଲେ । ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଗୋପବନ୍ଧୁ ପୁରୋହିତ, ସଂପାଦକ ଜୟରାମ ମିଶ୍ର, ନଗର ସଭାପତି ତଥା ପର୍ଶୁରାମ ବାହିନୀର ରାଜ୍ୟ କାର୍ଯ୍ୟକାରି ସଭାପତି ନରେନ୍ଦ୍ର ଆଚାର୍ଯ୍ୟ, ଆବାହକ ସୁଧିର ଚାନ୍ଦ, ଶିବଶଙ୍କର ଖ୍ୱାସ, ସୁଧିର ତ୍ରପାଠୀ, ବିଧୁଭୂଷଣ ତ୍ରପାଠୀ, କିଶୋର ପୁରୋହିତ, ଅଶୋକ ତ୍ରୀପାଠୀ, ଲୋଟସ ଷଢଙ୍ଗୀ, ସୋମନାଥ ମିଶ୍ର, ସର୍ଜନ ଆଚାର୍ଯ୍ୟ, ରାକେଶ ପଣ୍ଡା, କାହ୍ନା ଶତପଥି, ସୌମ୍ୟରଂଜନ ମିଶ୍ର, ସୁନିଳ ମିଶ୍ର, ବିଶ୍ୱମୟ ପୂଜାରୀ, ପ୍ରଭାକର ମିଶ୍ର, ପର୍ଶୁରାମ ନାଏକ, ରଂଜନ ତ୍ରୀପାଠୀ, ସୁଭାଷ ଶତପଥି, ଅନୀତା ମିଶ୍ର, କସ୍ତରୀ ରଥ, ଗାଗରିକା ଗୁରୁ, ରଶ୍ମୀ ପାଣିଗ୍ରାହୀ, ରଶ୍ମୀରେଖା ଦାନୀ, ବିଜୟଲକ୍ଷ୍ମୀ ମିଶ୍ର, କୁମୁଦିନୀ ମିଶ୍ରଙ୍କ ନେତୃତ୍ୱରେ ହଜାର ସଂଖ୍ୟାରେ ଲୋକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଜେପିର ବରିଷ୍ଠ ନେତା ଗୋପାଳଜୀ ପାଣିଗ୍ରାହୀ, ବିଜେଡି ଦଳର ମନ୍ମଥ ସିଂଦେଓ ପ୍ରମୁଖ ମଧ୍ୟ ସାମିଲ ହୋଇଥିଲେ । ଠିକ ସେହିପରି କରଣ ସମାଜରୁ ସନ୍ତକ ବହିଦାର, ସଂଗ୍ରାମ ବହିଦାର, ଅଘରିଆ ସମାଜର ସଭାପତି ଶୁଭ୍ରାଂଶୁ ପଟେଲ, ଯାଦବ ସମାଜର ସନ୍ଦୀପ ନାଗଙ୍କ ସମେତ ଅନେକ ଜାତି ସାମାଜର କର୍ମକର୍ତ୍ତା ଯୋଗଦେଇଥିଲେ । ଏହି ଅବସରରେ ପର୍ଶୁରାମ ମଣ୍ଡପଠାରେ ମହିଳା ଟିମ ଦ୍ୱାରା ଦହିପଣା ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.