ରୁଗୁଡିପଡା ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନବରାତ୍ର ଦୁର୍ଗାପୂଜା ପାଇଁ ଗୁରୁବାର ସକାଳ ୭ଟା ସମୟରେ ରୁଗୁଡିପଡା ମଣ୍ଡପ ଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ମହାରାଣୀ ସାଗର ଠାରୁ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଦୁର୍ଗା ମଣ୍ଡପକୁ ଅଣାଯାଇଥିଲା । ପୂଜା କର୍ମରେ ପୂଜକ ପଙ୍କଜ ଚତୁର୍ବେଦି, ସୁଖଦେବ ଜୀ, ରିଷଭ ଜୀ, ବଳରାମ ତିୱାରୀ, ନିରଞ୍ଜନ ମହାପାତ୍ର, ସତ୍ୟନାରାୟଣ ପଣ୍ଡା, ସନ୍ତୋଷ ପଣ୍ଡା, ହିମାଂଶୁ ପାଢି, ଲକ୍ଷ୍ମୀ ମହାରଣା, ଭାଗରଥି ମହାକୁର, ଡମ୍ବରୁ ପଶାୟତ, ସ୍ୱସ୍ତିକ ସାହୁ ପ୍ରମୁଖ ସହଯୋଗ କରିଥିଲେ । କର୍ତ୍ତା ଭାବରେ ଆକାଶ ପଣ୍ଡା ଓ ତାଙ୍କ ସହ ଧର୍ମିଣୀ ପଦ୍ମାଳୟା ପଣ୍ଡା ଦାୟିତ୍ୱ ତୁଳାଇଛନ୍ତି । ଏହି ଶୋଭାଯାତ୍ରାରେ ପୂଜା କମିଟିର ସଭାପତି ଚେତନାନନ୍ଦ ପଣ୍ଡା, ଉପସଭାପତି ସଞ୍ଜିବ ଶତପଥି ଓ ପ୍ରଦିପ ପଟ୍ଟନାୟକ, ସହ-ସମ୍ପାଦକ କାହ୍ନୁ ବଗର୍ତ୍ତି, କୋଷାଧ୍ୟକ୍ଷ ଦେବାଶିଷ ମହାକୁର, କାର୍ଯ୍ୟକାରୀ ସଦସ୍ୟ ଶିବାନନ୍ଦ ବାଗ, ବିଷ୍ଣୁଦତ୍ତ ହୋତା, ନୟନ ମହାନ୍ତି, ଜିତୁ ଦାସ, ଶ୍ରୀକାନ୍ତ ରାଉତ,ସଙ୍କେତ ବଗର୍ତ୍ତି, ଆନନ୍ଦ ସାହୁ, ତପନ ସେଠ, ସୁମିତ ବଗର୍ତ୍ତି, ରାହୁଲ ସେଠ, ପ୍ରଶାନ୍ତ ସାହାଣୀ, କିଶନ ପଟ୍ଟନାୟକ, ଚିନ୍ମୟ ଚାନ୍ଦ, ଚିନୁ ବେହେରା, ବିଷ୍ଣୁ ପ୍ରସାଦ ଜାଲ, ଗୋପିନାଥ ଚନ୍ଦନ, ସୁବାଷ ନାଏକ, ଜନ୍ମୟ ଚନ୍ଦନ, ସିଦ୍ଧାନ୍ତ ପୁଜାରୀ, ଅର୍ମାନ ଆଚାର୍ଯ୍ୟ, ଗଣେଷ ସେଠ, ରୋସନ ଦିପ, ଅଭିମନ୍ୟୁ ବଗର୍ତ୍ତି, ଲିଙ୍କନ ପଟ୍ଟନାୟକ, ମିଲନ ସାହାଣୀ, ଚରଣ ସାହାଣୀ, ଜଳନ୍ଧର ବନଛୋର, ହାଡୁ ବଗର୍ତ୍ତି, ଦିଲିପ ବାଗ, ତାପସ ମମହାନ୍ତି, ସ୍ୱରୁପ ରଥ, ଅଜୟ ରଥ, ଅମ୍ବିକା ନାୟକ, ରାଜେଶ ଘିବେଲା, କାଲିଆ ସେଠ, ପ୍ରମୋଦ ନନ୍ଦ, ପଂଚାନନ ଗଡୁଆ, ପ୍ରଦିପ ନାଏକ, ଦୁର୍ଯ୍ୟୋଧନ ନାଏକ, ନବୀନ ବାରିକ, ପ୍ରେମ ସେଠ, କଏଁରୁ , ଗୋପାଳ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.