ppurohit

ହରିଶଙ୍କରଠାରେ ଜଙ୍ଗଲ ବିଭାଗ ଦ୍ଵାରା ନିର୍ମିତ ଶିଶୁ ଉଦ୍ୟାନ ଉଦ୍‌ଘାଟିତ

2nd

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ ଜଙ୍ଗଲ ବିଭାଗ ଦ୍ଵାରା ନିର୍ମିତ ନୂତନ ଶିଶୁ ଉଦ୍ୟାନ ଓ ମୃଗବିହାର ଆଧୁନିକ କରଣ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଜଙ୍ଗଲ ଓ ପରିବେଶ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଓଡ଼ିଶା ବିଧାନସଭା ଉପମୁଖ୍ୟ ସଚେତକ ତଥା ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଭବାନୀପାଟଣା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଅଶ୍ଵିନୀ କୁମାର କର, ବଲାଙ୍ଗିର ଡିଏଫ୍ ଓ ନୀତିଶ କୁମାର ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ହରିଶଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ତାର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାମ ସରକାର ହାତକୁ ନେଇ ଥିବା ବେଳେ ଶିଶୁ ମାନଙ୍କ ପାଇଁ ମୃଗ ବିହାର ନିକଟରେ ଜଙ୍ଗଲ ବିଭାଗ ତରଫରୁ ନିର୍ମିତ ଶିଶୁ ଉଦ୍ୟାନ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବ ବୋଲି ଅତିଥି ମାନେ କହିଥିଲେ । ସେହି ପରି ମୃଗବିହାର୍‌ର ମଜାନେବାକୁ ପର୍ଯ୍ୟଟକ ମାନେ କିଭଳି ସୁରକ୍ଷିତ ଦେଖିପାରିବେ ସେନେଇ ମଧ୍ୟ ମୃଗବିହାରକୁ ସମ୍ପ୍ରସାରିତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ଅବସରରେ ହରିଶଙ୍କର ରେଞ୍ଜ ଅଧିକାରୀ ଅରବିନ୍ଦ ନାଏକ, ଡେପୁଟି ରେଞ୍ଜର ସୁନିଲ କୁମାର ମିଶ୍ର, ବିଡ଼ିଓ ଆକାଶ ରଞ୍ଜନ ସାହୁ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ, ବନପାଲ ସନ୍ଧ୍ୟାରାଣୀ ସେଠ୍, ଅରବିନ୍ଦ ଧରୁଆ, ଘାସିରାମ ଦିକ୍ଷୀତ, ବନରକ୍ଷୀ ମହେନ୍ଦ୍ର କାଲସାଏ ପ୍ରମୁଖ ଯୋଗଦେଇ ଥିଲେ । ପରେ ହରିଶଙ୍କର ମନ୍ଦିର ପାରିପାର୍ଶିକ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକ୍ରମ ବୁଲିଦେଖିବା ସହ ଠାକୁର ଦର୍ଶନ କରିଥିଲେ ।

Leave A Reply

Your email address will not be published.