ଶିକାଛିଡାରେ ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ଗଣପତି କଳା ପରିଷଦ ଆନୁକୂଲ୍ୟରେ ଅଠସ୍ତରୀତମ ସ୍ୱାଧୀନତା ଦିବସ ଅବସରରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଶିକାଛିଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ବିନୀତ ପ୍ରଧାନ ଏବଂ ସମାଜ ସେବୀ ସନ୍ଦୀପ ବାଗ ଉଦ୍‌ଘାଟନ କରିଥିଲେ । ମହାନଦୀ ନେତ୍ର ଚିକିତ୍ସାଳୟ, ବୀରମହାରାଜପୁରର ଡାକ୍ତର ସୁଜିତ କୁମାର ଥପା, ମନୋଜ କୁମାର ସାହୁ, ବିକାଶ ପଣ୍ଡା, ପୂର୍ଣ୍ଣିମା ଏବଂ ନୁରା ଶିକାଛିଡା ପଞ୍ଚାୟତର ଶତାଧିକ ଚକ୍ଷୁ ରୋଗୀଙ୍କୁ ଚକ୍ଷୁ ପରୀକ୍ଷା କରିଥିଲେ ଏବଂ ସେଥି ମଧ୍ୟରୁ କିଛି ରୋଗୀଙ୍କୁ ଚକ୍ଷୁ ଅସ୍ତ୍ରୋପ୍ରଚାର ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟକୁ ବସ୍‌ ଯୋଗେ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଗଣପତି କଳା ପରିଷଦର ସଭାପତି ଆଦିକନ୍ଦ ବଗର୍ତ୍ତୀ, ସମ୍ପାଦକ ରମାକାନ୍ତ ନାଏକ, ଅଟଳ ବିହାରୀ ବିଶି, ବୁଲୁ ବାଗ, ପ୍ରଦୀପ ଦେହେରି, ରିତିକ ପାଣ୍ଡେ ଏବଂ ହେମ ସାଗର ସେଲମା ପ୍ରମୁଖ ନିଜର ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.