ଖୋ-ଖୋ ଓ ହକି ସବ୍‌ଜୁନିୟର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଉନ ହାଇସ୍କୁଲ ବଲାଙ୍ଗିର ପ୍ରାଙ୍ଗଣରେ ଅନୁଷ୍ଠିତ ଖୋ-ଖୋ ଓ ହକି ସବ୍‌ଜୁନିୟର ପ୍ରଶିକ୍ଷଣ ଶିବିରର ଉଦ୍‌ଯାପନୀ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ଟାଉନ ବାଳିକା ବିଦ୍ୟାଳୟ ବଲାଙ୍ଗିରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ନନ୍ଦିନୀ ସାହୁ ସଂଯୋଜନା କରିଥିଲେ । ୨୭.୪.୨୦୨୪ରୁ ଏହି ଖୋ-ଖୋ ଓ ହକି ସବ୍‌ଜୁନିୟର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା । ହକିରେ ୧୫ ଜଣ ଓ ଖୋ-ଖୋରେ ୪୦ ଜଣ ବାଳକ ବାଳିକା ଯୋଗଦାନ କରିଥିଲେ । ଆକାଶ ରଣା ଓ ସସ୍ମିତା ପାତ୍ର (ଏନ୍‌ଆଇଏସ୍‌ ପ୍ରଶିକ୍ଷକ) ଯୋଗଦାନ କରି ଖେଳାଳିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପଦ୍ମଚରଣ ଦାଶ ଅବସରପ୍ରାପ୍ତ କ୍ରୀଡା ପ୍ରଶିକ୍ଷକଙ୍କ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଆଜିକାର ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଝାରୀ ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ରମାକାନ୍ତ ସେଠ, ଜିଲ୍ଲା କ୍ରିଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର ତଥା ବରିଷ୍ଠ ସଭ୍ୟ ସୁଧିର ଚନ୍ଦ୍ର ପଣ୍ଡା ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ପରାସର ବାଗ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଶ୍ରୀ ପୁଝାରୀ ଖେଳାଳିମାନଙ୍କୁ ଉଦ୍‌ବୋଧନ ଦେଇ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ତରଫରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରକୁ ଟାଉନ ବାଳିକା ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ଓ ହକି କୋଚ୍‌ ରାଜପଲିଆ ପରିଚାଳନା କରିଥିଲେ । ରଂଜିତ ବାବୁ, ସସ୍ମିତା ନାଗ, ପୁରନ୍ଦର ସେଠ, ସୁଦର୍ଶନ ସେଠ, ସୁଶିଲ ସେଠ, ଅଞ୍ଜନ ବେହେରା, ଖଲିଲଉର ରହେମାନ ପ୍ରମୁଖ କ୍ରୀଡାବିଦ ସହଯୋଗ କରିଥିଲେ । ଶେଷରେ ରଂଜିତ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.